ଚା’ ଦୋକାନରେ ଛିଡ଼ା ହୋଇଥିବା ବେଳେ ପିଟି ଦେଲା କାର୍‌

ବାରିପଦା (ମାଣିକ ଲାଲ୍ ପାଣି): ବସ୍‌ଷ୍ଟାଣ୍ଡ୍‌ ନିକଟ ଏକ ଚା’ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ। ହଠାତ୍ ଏକ କାର୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ହେଲେ ଲୁବିନା ମାରାଣ୍ଡି ଓ ସୁରୁ ମାରାଣ୍ଡି। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜୋକ ପଞ୍ଚାୟତ ଅନ୍ତର୍ଗତ କାଶିଆବେଡ଼ା ଗାଁରେ। ତେବେ ଦୁର୍ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ। ସେଠାରେ ଏକ ପଥର ଖାଦାନରେ ଶ୍ରମିକ ଭାବେ କାମ […]

death

Jitendra Garnayak
  • Published: Monday, 05 November 2018
  • , Updated: 05 November 2018, 09:45 AM IST

ବାରିପଦା (ମାଣିକ ଲାଲ୍ ପାଣି): ବସ୍‌ଷ୍ଟାଣ୍ଡ୍‌ ନିକଟ ଏକ ଚା’ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ। ହଠାତ୍ ଏକ କାର୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ମୃତକ ଦ୍ୱୟ ହେଲେ ଲୁବିନା ମାରାଣ୍ଡି ଓ ସୁରୁ ମାରାଣ୍ଡି। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜୋକ ପଞ୍ଚାୟତ ଅନ୍ତର୍ଗତ କାଶିଆବେଡ଼ା ଗାଁରେ।

ତେବେ ଦୁର୍ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ। ସେଠାରେ ଏକ ପଥର ଖାଦାନରେ ଶ୍ରମିକ ଭାବେ କାମ କରୁଥିଲେ ଲୁବିନା ଓ ସୁରୁ।

ଶନିବାର ଦିନ ଏହି ଦୁର୍ଘଟଣା ଘଟିଥିଲା। ସେଠାକାର ପ୍ରଶାସନ ସହାୟତାରେ ଲୁବିନା ଓ ସୁରୁଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ଗାଁକୁ ପଠା ଯାଇଥିଲା।

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।

Related story