ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଇକ୍ରେ ଆସି କାର୍ ଲୁଟିବାକୁ ବସିଥିଲେ। ହେଲେ ଗାଡିର ଆଲାର୍ମ ବାଜିବାରୁ ଚମ୍ପଟ ମାରିଲେ ଚୋର। ଏପର ଘଟଣା ଘଟିଛି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ । ରାଜଧାନୀରେ ଲୁଟେରା ମାତିଥିବା ବେଳେ କମିଶନରେଟ ପୁଲିସ୍ର ଚିନ୍ତା ବଢ଼ିବାରେ ଲାଗିଛି।
ସୂଚନା ଅନୁଯାୟୀ, ଗତ ୨୭ ତାରିଖ ବିଳମ୍ବିତ ରାତିରେ ଏକ ବାଇକ୍ରେ ଲୁଟେରା ଆସି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ ପହଞ୍ଚିଥିଲେ। ଏହାପରେ ଏକ ଘର ଆଗରେ ଗାଡ଼ି ରଖିଥିଲେ। ରାତି ଅଧରେ ରାସ୍ତା ପରା ଶୁନଶାନ ଥିବା ବେଳେ କାର୍ର କାଚ ଭାଂଗିଥିଲେ ଲୁଟେରା । ତାପରେ କାର୍ ଭିତରେ ହାତ ପୁରାଇ ଗାଡିରେ ଥିବା ବିଭିନ୍ନ ଜିନିଷ ଚୋରି କରି ନେଇଥିଲେ ।
ଏହାପରେ କାର୍ର ଲକ୍ ଭାଂଗିବାକୁ ଚେଷ୍ଟା କରିବାରୁ ଗାଡିର ଆଲାର୍ମ ବାଜି ଉଠିଥିଲା । ଫଳରେ ଧରା ପଡିବା ଭୟରେ ସେଠାରୁ ଚମ୍ପଟ ମାରିଛି ଲୁଟେରା । ଲୁଟ୍ର ଶିକାର ବ୍ୟକ୍ତି ଜଣକ ଏ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜଧାନୀରେ ମାତିଛନ୍ତି ସ୍ମାର୍ଟ ଲୁଟେରା। କେତେବେଳେ ମେଡିସିନ ଦୋକାନରୁ ଲୁଟୁଛନ୍ତି ତ କେତେବେଳେ ବିବାହ ମଣ୍ଡପରୁ ସର୍ବ ସମ୍ମୁଖରୁ ଗହଣା ବ୍ୟାଗ୍ ନେଇ ଫେରାର ମାରୁଥିଲେ। ଏବେ ପୁଣି କାର୍ ଲୁଟ୍ ଉଦ୍ୟମ ଲୁଟେରା ଗ୍ୟାଙ୍ଗ ସାମନାକୁ ଆସିବା ପରେ ଏହା ପୁଲିସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।