ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇର ତଦନ୍ତ କରିପାରେ ସିବିଆଇ

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇର ତଦନ୍ତ କରିପାରେ ସିବିଆଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାଠାରୁ  ସିବିଆଇ ଏହାର ତଦନ୍ତ ଭାର ନେବ ବୋଲି ସୂଚନା ମିଳିଛି। ଏନେଇ ସିବିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି। ସିବିଆଇ ତଦନ୍ତ ଦାୟିତ୍ୱ ନେଲେ ଏହି ଠକେଇରେ ସଂପୃକ୍ତ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି। ଅଭିନେତା ଉତ୍ତମ ମହାନ୍ତି, ପପୁ ପମ୍‌ପମ୍‌, ଅଭିନେତ୍ରୀ ଜୀନା, ଲିପି, କାଜୋଲଙ୍କ ଭଳି ଅନେକ କଳାକାର ଓସ୍କାର […]

CBI

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 08:52 PM IST

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇର ତଦନ୍ତ କରିପାରେ ସିବିଆଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାଠାରୁ  ସିବିଆଇ ଏହାର ତଦନ୍ତ ଭାର ନେବ ବୋଲି ସୂଚନା ମିଳିଛି। ଏନେଇ ସିବିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି। ସିବିଆଇ ତଦନ୍ତ ଦାୟିତ୍ୱ ନେଲେ ଏହି ଠକେଇରେ ସଂପୃକ୍ତ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି।

ଅଭିନେତା ଉତ୍ତମ ମହାନ୍ତି, ପପୁ ପମ୍‌ପମ୍‌, ଅଭିନେତ୍ରୀ ଜୀନା, ଲିପି, କାଜୋଲଙ୍କ ଭଳି ଅନେକ କଳାକାର ଓସ୍କାର ସଂସ୍ଥା ପାଇଁ ପ୍ରଚାର କରିଥିଲେ। ଷ୍ଟେଜ୍‌ ସୋ’ ମାଧ୍ୟମରେ ଏମାନେ କଂପାନୀର ପ୍ରୋମୋସନ୍ କରିବା ସହ ଏଥିରେ ଟଙ୍କା ଖଟେଇବା ପାଇଁ ଲୋକଙ୍କୁ ପ୍ରବର୍ତାଇଥିବା ଅଭିଯୋଗ ରହିଛି। ତେବେ ଏମାନେ କେବଳ ପାରିଶ୍ରମିକ ନେଇ ଓସ୍କାର ପାଇଁ ପ୍ରଚାର କରି ଥିଲେ ନା ସଂସ୍ଥାର ବେଆଇନ କାରବାର ସହ ସଂପୃକ୍ତ ଥିଲେ, ତାକୁ ନେଇ ପ୍ରଶ୍ନ ଉଠୁଛି।

କେବଳ କଳାକାର ନୁହଁନ୍ତି, ଓସ୍କାର ସଂସ୍ଥା ସହ ରାଜ୍ୟର କିଛି ସାଂସଦ ଓ ବିଧାୟକଙ୍କ ସଂପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରେ ନିଜର ଶାଖା ଅଫିସ୍ ଖୋଲି ଓସ୍କାର ୨୩୦ କୋଟିରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି। ଗତବର୍ଷ ଜୁନ୍ ୧୦ ତାରିଖରେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ଗିରଫ କରିଥିଲା।

Related story