ସିସିଟିଭି ରାଡାରରେ ରହିବ ଗୁରୁପ୍ରିୟା

<p>ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଗୁରୁପ୍ରିୟା ସେତୁରେ ଲାଗିଲା ସିସିଟିଭି କ୍ୟାମେରା। ସେତୁର ତଳ, ଉତ୍ତର ପାର୍ଶ୍ୱ ଓ ଉତ୍ତର ପାର୍ଶ୍ୱର ଉପରି ଭାଗରେ ମୋଟ ୬ଟି ସିସି କ୍ୟାମେରା ଲଗାଯାଇଛି। ଏହାଦ୍ୱାରା ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସେତୁର ସୁରକ୍ଷା ଲାଗି ବିଏସଫ୍ ଯବାନଙ୍କୁ ବିଶେଷ ସହାୟକ ହୋଇ ପାରିବ।</p> <p>ଏଥିସହ ଗୁରୁପ୍ରିୟା ସେତୁରେ ଆଲୋକୀକରଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ସେତୁରେ ୬୦ଟି ଲାଇଟ ଲଗାଯିବା ସହ ଉତ୍ତର ପାର୍ଶ୍ୱରେ ଦୁଇଟି ହାଇମାକ୍ସ ଲାଇଟ ଲଗାଯିବ। ଏଥିପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବାକୁ ଜେଇ ସୁରେଶ ମିଶ୍ର ସୂଚନା ଦେଇଛନ୍ତି। ସେତୁ ଲୋକାର୍ପଣ ହେଲେ ବିଚ୍ଛିନ୍ନାଞ୍ଚଳକୁ ଗମନାଗମନ ପାଇଁ ସୁବିଧା ହେବ।</p>

Ordigital Desk
  • Published: Sunday, 06 May 2018
  • Updated: 06 May 2018, 10:50 AM IST
<p>ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଗୁରୁପ୍ରିୟା ସେତୁରେ ଲାଗିଲା ସିସିଟିଭି କ୍ୟାମେରା। ସେତୁର ତଳ, ଉତ୍ତର ପାର୍ଶ୍ୱ ଓ ଉତ୍ତର ପାର୍ଶ୍ୱର ଉପରି ଭାଗରେ ମୋଟ ୬ଟି ସିସି କ୍ୟାମେରା ଲଗାଯାଇଛି। ଏହାଦ୍ୱାରା ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସେତୁର ସୁରକ୍ଷା ଲାଗି ବିଏସଫ୍ ଯବାନଙ୍କୁ ବିଶେଷ ସହାୟକ ହୋଇ ପାରିବ।</p><p>ଏଥିସହ ଗୁରୁପ୍ରିୟା ସେତୁରେ ଆଲୋକୀକରଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ସେତୁରେ ୬୦ଟି ଲାଇଟ ଲଗାଯିବା ସହ ଉତ୍ତର ପାର୍ଶ୍ୱରେ ଦୁଇଟି ହାଇମାକ୍ସ ଲାଇଟ ଲଗାଯିବ। ଏଥିପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବାକୁ ଜେଇ ସୁରେଶ ମିଶ୍ର ସୂଚନା ଦେଇଛନ୍ତି। ସେତୁ ଲୋକାର୍ପଣ ହେଲେ ବିଚ୍ଛିନ୍ନାଞ୍ଚଳକୁ ଗମନାଗମନ ପାଇଁ ସୁବିଧା ହେବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos