ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି ସଦସ୍ୟ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପି. ଭି. ଜୟକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ କମିଟି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ। ଏହି ଅବସରରେ ସେମାନେ ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲେପମେଣ୍ଟ କର୍ପୋରେସନ ବା OMBADCରେ ବିନିଯୋଗ ହୋଇଥିବା ଅର୍ଥର ସମୀକ୍ଷା କରିବେ।
ପ୍ରଥମେ କମିଟି ସଦସ୍ୟ ଭୁବନେଶ୍ୱରରେ OMBADC ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ ସେମାନେ କେନ୍ଦୁଝର ଗସ୍ତ କରିବେ । କେନ୍ଦୁଝରରେ ରହଣି ପରେ ଆସନ୍ତାକାଲି ମୟୂରଭଞ୍ଜ ଯାଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।