ନାଚଗୀତରେ କମ୍ପିଲା କଂଗ୍ରେସ ଭବନ, ଫୁଟିଲା ବାଣ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ନିରଞ୍ଜନ ପିସିସି ସଭାପତି ହେବାପରେ ତାଙ୍କ ସମର୍ଥକମାନେ ବାଣ ଫୁଟାଇ, ମିଠା ଖାଇ ଖୁସି ମନାଇଛନ୍ତି। ଆଜି ନିରଞ୍ଜନଙ୍କ ନାଁ ଘୋଷଣା ହେବା ପରେ ମାଷ୍ଟରାକ୍ୟାଣ୍ଟିନ୍‌ ଛକ ପାଖେ ଦେଖିବାକୁ ମିଳିଥିଲା ଭିନ୍ନ ନଜାର। ହାତରେ କଂଗ୍ରେସ ପତାକା ଓ ମିଠା ପୁଡିଆ ଧରି ସମର୍ଥକମାନେ ଖୁସି ମନାଇଥିଲେ। ଫୁଟିଥିଲା ବାଣ, ବାଜିଥିଲା ଢୋଲ ବାଜା। ସମସ୍ତଙ୍କ ମୁହଁରୁ ନିରଞ୍ଜନଙ୍କ ଜୟ ଜୟକାର ଶୁଣିବାକୁ ମିଳିଥିଲା।