୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ମାଗଣା କେମୋ ଥେରାପି

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ୟାନସର ରୋଗୀ ଚିହ୍ନଟ, ଚିକିତ୍ସା ସୁବିଧା ଓ ନିରାକରଣରେ ସହାୟତା ଦେବ ଟାଟା।&nbsp; ଏଥିପାଇଁ ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବା ଏମଓୟୁ।&nbsp; ଆଜି ସଚିବାଳୟରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଏନ୍ ଟାଟା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସାକ୍ଷର ହୋଇଛି ଏମଓୟୁ।</p> <p>କମ୍ପ୍ରିହେନ୍&zwnj;ସିଭ୍ କ୍ୟାନ୍&zwnj;ସର କେୟାର ପ୍ରୋଗ୍ରାମ ମାଧ୍ୟମରେ &nbsp;ରାଜ୍ୟରେ କ୍ୟାନସର ହାର କମାଇବା ସହ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବ ଟାଟା।&nbsp; ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ କେମୋ ଥେରାପି ବ୍ୟବସ୍ଥା କରାଯିବ। କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓଥେରାପି ସେବା ମଧ୍ୟ ଦିଆଯିବ। ସେହିଭଳି କ୍ୟାନସରକୁ ଆଗତୁରା ଚିହ୍ନଟ କରିବା ଦିଗରେ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ। &nbsp;&nbsp;ଭୁବନେଶ୍ୱରରେ ଏକ ଆପେକ୍ସ କ୍ୟାନସର କେୟାର ସେଣ୍ଟର ପ୍ରତିଷ୍ଠା କରିବ ଟାଟା। ଏଠାରେ କ୍ୟାନସର ରୋଗୀମାନେ କମ୍ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇପାରିବେ।&nbsp; ଏଥିସହ କଟକରେ ଥିବା ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରକୁ ନବୀକରଣ କରାଯାଇ କମ୍ପ୍ରିହେନସିଭ୍ କ୍ୟାନସର କେୟାର ହସ୍ପିଟାଲରେ ପରିଣତ କରାଯିବ।&nbsp; ଫଳରେ ଜଟିଳ ସ୍ଥିତି ଥିବା ରୋଗୀମାନଙ୍କୁ ଏଠାରେ ଚିକିତ୍ସା କରାଯାଇପାରିବ।</p>

Ordigital Desk
  • Published: Sunday, 06 May 2018
  • Updated: 06 May 2018, 09:25 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ୟାନସର ରୋଗୀ ଚିହ୍ନଟ, ଚିକିତ୍ସା ସୁବିଧା ଓ ନିରାକରଣରେ ସହାୟତା ଦେବ ଟାଟା।&nbsp; ଏଥିପାଇଁ ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବା ଏମଓୟୁ।&nbsp; ଆଜି ସଚିବାଳୟରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଏନ୍ ଟାଟା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସାକ୍ଷର ହୋଇଛି ଏମଓୟୁ।</p><p>କମ୍ପ୍ରିହେନ୍&zwnj;ସିଭ୍ କ୍ୟାନ୍&zwnj;ସର କେୟାର ପ୍ରୋଗ୍ରାମ ମାଧ୍ୟମରେ &nbsp;ରାଜ୍ୟରେ କ୍ୟାନସର ହାର କମାଇବା ସହ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବ ଟାଟା।&nbsp; ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ କେମୋ ଥେରାପି ବ୍ୟବସ୍ଥା କରାଯିବ। କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓଥେରାପି ସେବା ମଧ୍ୟ ଦିଆଯିବ। ସେହିଭଳି କ୍ୟାନସରକୁ ଆଗତୁରା ଚିହ୍ନଟ କରିବା ଦିଗରେ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ। &nbsp;&nbsp;ଭୁବନେଶ୍ୱରରେ ଏକ ଆପେକ୍ସ କ୍ୟାନସର କେୟାର ସେଣ୍ଟର ପ୍ରତିଷ୍ଠା କରିବ ଟାଟା। ଏଠାରେ କ୍ୟାନସର ରୋଗୀମାନେ କମ୍ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇପାରିବେ।&nbsp; ଏଥିସହ କଟକରେ ଥିବା ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରକୁ ନବୀକରଣ କରାଯାଇ କମ୍ପ୍ରିହେନସିଭ୍ କ୍ୟାନସର କେୟାର ହସ୍ପିଟାଲରେ ପରିଣତ କରାଯିବ।&nbsp; ଫଳରେ ଜଟିଳ ସ୍ଥିତି ଥିବା ରୋଗୀମାନଙ୍କୁ ଏଠାରେ ଚିକିତ୍ସା କରାଯାଇପାରିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos