ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା। କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଧର୍ମେନ୍ଦ୍ର ହରିଆଣାର ମେଦାନ୍ତ ହସପିଟାଲ ଭର୍ତ୍ତି ହୋଇଛନ୍ତି। ୫୧ ବର୍ଷୀୟ ଧର୍ମେନ୍ଦ୍ର ଦ୍ୱିତୀୟ କେନ୍ଦ୍ରମନ୍ତ୍ରୀ ଭାବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଧର୍ମେନ୍ଦ୍ର ମଧ୍ୟ ଟ୍ୱିଟ କରି ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, “ମୋର କରୋନା ଲକ୍ଷଣ ଦେଖାଯିବାରୁ ମୁଁ ଟେଷ୍ଟ କରିଥିଲି। ମୋ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଓ ସୁସ୍ଥ ରହିଛି।”
#COVID19 ର ଲକ୍ଷଣ ଦେଖାଯିବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପଜିଟିଭ୍ ଆସିଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି ।
— Dharmendra Pradhan (@dpradhanbjp) August 4, 2020
ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
#COVID19 के लक्षण दिखने पर मैंने टेस्ट करवाया जिसमें मेरी रिपोर्ट पॉज़िटिव आई है। डाक्टरों की सलाह पर मैं अस्पताल में भर्ती हूँ और स्वस्थ हूँ।
— Dharmendra Pradhan (@dpradhanbjp) August 4, 2020
ଗତ ରବିବାର ୟୁପିର ବୈଷୟିକ ଶିକ୍ଷାମନ୍ତ୍ରୀ କମଲ ରାନୀ ବରୁଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ୟୁପିର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ପୂର୍ବରୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ୍, ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ପି.ଥାନ ଗମାନି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।