ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌। ଏନେଇ ଇଣ୍ଟର ମିନିଷ୍ଟରିଆଲ୍ କେନ୍ଦ୍ରୀୟ ଟିମ୍‌ର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ଆସିବେ। ୧୧ ଜଣିଆ ଟିମ୍ ୨ ଭାଗ ହୋଇ ଫୋନି ପ୍ରଭାବିତ ଅଞ୍ଚଳ ଗସ୍ତ କରିବ । ଟିମ୍-ଏ୧୩ ତାରିଖରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା ଗସ୍ତ କରିବ।୧୪ ତାରିଖରେ କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିବେ। […]

hkl-1

Tapas Behera
  • Published: Sunday, 12 May 2019
  • , Updated: 12 May 2019, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌। ଏନେଇ ଇଣ୍ଟର ମିନିଷ୍ଟରିଆଲ୍ କେନ୍ଦ୍ରୀୟ ଟିମ୍‌ର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ଆସିବେ।

୧୧ ଜଣିଆ ଟିମ୍ ୨ ଭାଗ ହୋଇ ଫୋନି ପ୍ରଭାବିତ ଅଞ୍ଚଳ ଗସ୍ତ କରିବ । ଟିମ୍-ଏ୧୩ ତାରିଖରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା ଗସ୍ତ କରିବ।୧୪ ତାରିଖରେ କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିବେ।

୧୫ରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ବୁଲି ଦେଖିବେ। ଏହାପରେ ମୁଖ୍ୟ ଶାସନ ସଚିବଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ବୈଠକ କରିବେ। ଟିମ୍- ବି ମଧ୍ୟ ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବ। ୧୪ ତାରିଖରେ ଟିମ୍- ବି ପୁରୀ, ୧୫ରେ BMC ଅଞ୍ଚଳ ଗସ୍ତ କରିବ।

ଟିମ୍-ବି ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ସାମିଲ୍ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ବାତ୍ୟା ଫୋନି ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଅନୁଧ୍ୟାନ କରି  ୧୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରିଥିଲେ। ଏହି ଅବସରରେ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଟିମ୍‌ ଆସି ବାତ୍ୟା ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Related story