କେବେ ଆରମ୍ଭ ହେବ ପାଇକ ବିଦ୍ରୋହର ସ୍ମାରକୀ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସ୍ମାରକୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷଣା ଘୋଷଣାରେ ରହିଯାଇଛି। କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ୫୦ ଏକର ଜାଗା ମାଗିଥିବା ବେଳେ ରାଜ୍ୟ ସରକାର ୧୦ ଏକର ଯୋଗାଇଥିଲେ। ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସ୍ମାରକୀର ଶିଳାନ୍ୟାସ କରିଥିଲେ। ଏହା ଭିତରେ ୬ ମାସ ବିତିଗଲାଣି। କିନ୍ତୁ କାମ କାଣିଚାଏ ବି ଆଗେଇ ପାରିନି। […]

odisha-government-allot-10-hectare-land-for-Paika-Memorial

odisha-government-allot-10-hectare-land-for-Paika-Memorial

Manoranjan Sial
  • Published: Friday, 03 July 2020
  • Updated: 03 July 2020, 08:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସ୍ମାରକୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷଣା ଘୋଷଣାରେ ରହିଯାଇଛି। କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ୫୦ ଏକର ଜାଗା ମାଗିଥିବା ବେଳେ ରାଜ୍ୟ ସରକାର ୧୦ ଏକର ଯୋଗାଇଥିଲେ। ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସ୍ମାରକୀର ଶିଳାନ୍ୟାସ କରିଥିଲେ। ଏହା ଭିତରେ ୬ ମାସ ବିତିଗଲାଣି। କିନ୍ତୁ କାମ କାଣିଚାଏ ବି ଆଗେଇ ପାରିନି।

ଅନ୍ୟପଟେ ଚିହ୍ନଟ ଜାଗାର ପ୍ରାୟ ୪ ଏକର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାକୁ ଜବରଦଖଲ ମୁକ୍ତ କରି ସ୍ମାରକୀ କାର୍ଯ୍ୟ ଆରମ୍ଭ କରିବାକୁ ଲୋକେ ଦାବି କରିଛନ୍ତି। ସେପଟେ ବରୁଣେଇଠାରେ ରାଜ୍ୟ ସରକାର ମଧ୍ୟ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମାରକୀ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବରୁଣେଇରେ କୌଣସି ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ ନହେବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos