Advertisment

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ମହିଳାଙ୍କୁ ବିବାହ କରି ଠକିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି। ରମେଶର ଭଉଣୀ ରଶ୍ମିତା, ଦ୍ୱିତୀୟ ପତ୍ନୀ କମଳା, ଦୁଇ ସହଯୋଗୀ ବିଶ୍ୱଜିତ ଓ ଚିତ୍ତରଂଜନ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ୧୦୨ ଜଣ ସାକ୍ଷୀ ଓ ସେମାନଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉଲ୍ଲେଖ ରହିଛି। ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ୯୪୦ ପୃଷ୍ଠାର ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। […]

ଅଦ୍ୟତନ ହୋଇଛି
ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଚାର୍ଜସିଟ୍ ଦାଖଲ

Nakali-daktra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ମହିଳାଙ୍କୁ ବିବାହ କରି ଠକିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି। ରମେଶର ଭଉଣୀ ରଶ୍ମିତା, ଦ୍ୱିତୀୟ ପତ୍ନୀ କମଳା, ଦୁଇ ସହଯୋଗୀ ବିଶ୍ୱଜିତ ଓ ଚିତ୍ତରଂଜନ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ୧୦୨ ଜଣ ସାକ୍ଷୀ ଓ ସେମାନଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉଲ୍ଲେଖ ରହିଛି। ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ୯୪୦ ପୃଷ୍ଠାର ଏହି ଚାର୍ଜସିଟ୍ ଦାଖଲ କରାଯାଇଛି।

Advertisment

କେମିତି ରମେଶ ଅର୍ଥ ହଡ଼ପ କରିବା ନିମନ୍ତେ ବହୁ ବିବାହକୁ ମାଧ୍ୟମ କରୁଥିଲେ, କିଭଳି ବିବାହକୁ ମାଧ୍ୟମ କରି ଉଚ୍ଚଶିକ୍ଷିତ ମହିଳାକୁ ଟାର୍ଗେଟ କରୁଥିଲେ, କେମିତି ନିଜକୁ ଡକ୍ଟର ପରିଚୟ ଦେଇ ମହିଳାମାନଙ୍କୁ ଜାଲରେ ଫସାଉଥିଲେ, କେମିତି ସେ ଚାକିରି କରାଇଦେବା ନାମରେ ଅର୍ଥ ହଡ଼ପ କରିଥିଲେ ଏସବୁ ତଥ୍ୟକୁ ଚାର୍ଜସିଟ୍‌ରେ ଯୋଡ଼ିଛି ମହିଳା ଥାନା ପୁଲିସ୍।

ସୂଚନାଯୋଗ୍ୟ, ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଘର କେନ୍ଦ୍ରାପଡ଼ାରେ। ସେ ୧୯୮୨ରେ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତା’ ପରେ ସେ ଆଉ ୧୮ ମହିଳାଙ୍କୁ ବିବାହ କରିଥିଲା। ମହିଳାଙ୍କୁ ପ୍ରେମ୍‌ ଜାଲରେ ଫସାଇବା ପାଇଁ ସେ ଡ୍ରାମା କରୁଥିଲା। କେତେବେଳେ ମିଛି ମିଛିକା କାନ୍ଦୁଥିଲା ତ ଆଉ କେତେ ଦେହ ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲା। ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ। ଆଉ ତା’ପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ।

Advertisment

ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଉଥିଲା। କେତେ ବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe