Advertisment

୧୪ ନୁହେଁ, ୧୭ ଜଣଙ୍କୁ କରିଥିଲା ଅର୍ଦ୍ଧାଙ୍ଗିନୀ; ତା’ଭିତରେ ଅଛନ୍ତି ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋଲୁଛି ଏକାଧିକ ପତ୍ନୀଙ୍କ ରସିକିଆ ଓ ଚତୁର ସ୍ୱାମୀର ମୁଖା। ୧୪ ନୁହେଁ, ୧୭ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବାହା ହୋଇଥିଲା ନକଲି ଡାକ୍ତର ରମେଶ ସ୍ୱାଇଁ। ଆଉ ସେମାନଙ୍କ ପଇସାରେ ଅୟସ୍‌ କରୁଥିଲା। ଆଗକୁ ଏହି ତାଲିକା ଲମ୍ୱିବ ବୋଲି ପୁଲିସ୍‌ ଅନୁମାନ କରୁଛି। ସେପଟେ ଆଜି ସାମ୍ନାକୁ ଆସିଥିବା ମହିଳାଙ୍କ ଭିତରେ ଜଣେ ଡାକ୍ତର ଥିବା ବେଳେ ଅନ୍ୟ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଜଣେ ଉଚ୍ଚଶିକ୍ଷିତା ଅଛନ୍ତି। କେନ୍ଦ୍ରାପଡ଼ା […]

author-image
Manoranjan Sial
ଅଦ୍ୟତନ ହୋଇଛି
୧୪ ନୁହେଁ, ୧୭ ଜଣଙ୍କୁ କରିଥିଲା ଅର୍ଦ୍ଧାଙ୍ଗିନୀ; ତା’ଭିତରେ ଅଛନ୍ତି ଡାକ୍ତର

Fake doctor

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋଲୁଛି ଏକାଧିକ ପତ୍ନୀଙ୍କ ରସିକିଆ ଓ ଚତୁର ସ୍ୱାମୀର ମୁଖା। ୧୪ ନୁହେଁ, ୧୭ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବାହା ହୋଇଥିଲା ନକଲି ଡାକ୍ତର ରମେଶ ସ୍ୱାଇଁ। ଆଉ ସେମାନଙ୍କ ପଇସାରେ ଅୟସ୍‌ କରୁଥିଲା। ଆଗକୁ ଏହି ତାଲିକା ଲମ୍ୱିବ ବୋଲି ପୁଲିସ୍‌ ଅନୁମାନ କରୁଛି। ସେପଟେ ଆଜି ସାମ୍ନାକୁ ଆସିଥିବା ମହିଳାଙ୍କ ଭିତରେ ଜଣେ ଡାକ୍ତର ଥିବା ବେଳେ ଅନ୍ୟ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଜଣେ ଉଚ୍ଚଶିକ୍ଷିତା ଅଛନ୍ତି।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶ ସ୍ୱାଇଁ। ସେ ନିଜକୁ ଡାକ୍ତର ପରିଚୟ ଦେଇ ଜଣଙ୍କ ପରେ ଜଣେ ମହିଳାଙ୍କୁ ବିବାହ କରିବା ସହ ଅତି ଚତୁରତାରେ ସେମାନଙ୍କୁ ଲୁଟୁଥିଲା। ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଭିନ୍ନ ଭିନ୍ନ ନାଁରେ ଆଇଡି ଖୋଲି ମିଠା ମିଠା ଚାର୍ଟିଂ କରି ମହିଳାମାନଙ୍କ ସଂସ୍ପର୍ଶରେ ଆସିଥିଲା। ଏହା ପରେ ବିଧିବଦ୍ଧ ବିବାହ କରୁଥିଲା। ଯାହାଫଳରେ କେହି ତାକୁ ସନ୍ଦେହ କରୁନଥିଲେ।

ପୁଲିସ୍‌ ଦେଇଥିବା ତଥ୍ୟ ଅନୁଯାୟୀ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା’ ପରେ ସେ ଆଉ ୧୫ ମହିଳାଙ୍କୁ ବିବାହ କରିବା ସହ ସେମାନଙ୍କ ଅର୍ଥରେ ଅୟସ୍‌ କରୁଥିଲା। ବିବାହ କରିନଥିବା କିମ୍ବା ଛାଡପତ୍ର ହୋଇଯାଇଥିବା ସଂଭ୍ରାନ୍ତ ଓ ମଧ୍ୟମ ବୟସ୍କା ମହିଳାଙ୍କୁ ଟାର୍ଗେଟ କରୁଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

Advertisment

ସେ ଓଡ଼ିଶାରୁ ୩, ଦିଲ୍ଲୀର ୨, ମଧ୍ୟପ୍ରଦେଶ ଜବଲପୁରର ୨, ପଞ୍ଜାବ, ଆସାମ, ଛତିଶଗଡ଼, ଝାଡଖଣ୍ଡ ଭଳି ରାଜ୍ୟରେ ୧୪ ମହିଳାଙ୍କୁ ମିଛ ବିବାହ କରିଥିଲେ। ଏବେ ଆଉ ୩ଟି ମିଛ ବିବାହର ଖବର ସାମ୍ନାକୁ ଆସିଛି। ରମେଶ ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାର ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ଦେଇଛି କମିଶନରେଟ୍‌ ପୁଲିସ୍‌। ଆଗକୁ ଏହି ତାଲିକା ବଢ଼ିପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି।

ରମେଶ କେବଳ କେବଳ ମହିଳାଙ୍କୁ ମିଛ ବିବାହ କରୁନଥିଲା। ତା ନାଁରେ ରହିଛି ଅନ୍ୟ ଧୋକାଧାଡି ଓ ଠକେଇ ଅଭିିଯୋଗ। ଜାଲ କାଗଜପତ୍ର ଦେଇ ୧୩ଟି ବ୍ୟାଙ୍କରୁ ଏକ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା। ଏହି ଅଭିଯୋଗରେ ୨୦୦୬ ମସିହାରେ ତାଙ୍କୁ ଗିରଫ କରିଥିଲା କେରଳ ଏର୍ଣ୍ଣାକୁଲମ୍‌ ପୁଲିସ। ଗିରଫ ବେଳେ ତା’ ପାଖରୁ ୧୨୮ଟି ନକଲି ଆଇ କାର୍ଡ ମିଳିଥିଲା। ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ ପରିଚୟ ଦେବା ସହ MBBS ଆଡମିଶନ୍‌ କରାଇ ଦେବା ଆଳରେ ୨ କୋଟି ଠକିଥିଲା ରମେଶ। ଏହି ମାମଲାରେ ୨୦୧୧ ମସିହାରେ ତାକୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି-“ମାମଲାର ତଦନ୍ତ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ। ଟିମ୍‌ରେ ମହିଳା ଥାନା ଆଇଆଇସିଙ୍କ ସହ ଦୁଇ ଜଣ ସବ୍‌ଇନ୍ସପେକ୍ଟର, ଜଣେ ଏନଜିଓ କାଉନସିଲରଙ୍କୁ ନିଯୁକ୍ତି ଦିଆଯାଇଛି। ବହୁତ ମହିଳା ଘଟଣା ସମ୍ପର୍କରେ ଜାଣିବା ପରେ ବିଚଳିତ ଅଛନ୍ତି। ସମସ୍ତଙ୍କୁ ଯୋଗାଯୋଗ କରି ତଦନ୍ତ ହେବ। ଜଗତସିଂହପୁର ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ଗତ କିଛି ମାସ ଭିତରେ MBBS କରିବେ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଛି। ଠିକ୍‌ ସେହିପରି ପାତ୍ରପଡାରେ ୨୦୨୧ରେ  ନକଲି ପରିଚୟ ଦେଇ ଭଡାରେ ରହୁଥିବା ନେଇ ମହିଳା ଥାନାରେ ମାମଲା ହୋଇଛି। ରମେଶକୁ ରିମାଣ୍ଡରେ ଅଣାଯିବ।”

ତେବେ ଗତବର୍ଷ ଜୁଲାଇ ୨୫ ତାରିଖରେ ରମେଶଙ୍କ ନାଁରେ ଦିଲ୍ଲୀ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ରମେଶଙ୍କୁ ଧରିଛି କମିଶନରେଟ୍ କମିଶନରେଟ୍‌ ପୁଲିସ। ଏବେ ସେ ଜେଲ୍‌ରେ ଅଛି।