ପର ଟଙ୍କାରେ ସଂକୀର୍ତ୍ତନ: ଚାକିରି ଦେବା ନାଁରେ ଠକେଇ, ଟଙ୍କା ନେଇ ବିଦେଶରେ ବୁଲୁଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବିଦେଶରେ ଚାକିରି ଦେବା ନାଁରେ ଠକେଇ। ଯୁବକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ୍ କରି ପର ଟଙ୍କାରେ କରୁଛନ୍ତି ଅଏସ୍। କେତେବେଳେ ମାଲେସିଆ ତ ପୁଣି କେତେବେଳେ ଦୁବାଇ ଟ୍ରିପ୍। ବଡବଡ ହୋଟେଲରେ ମିଟିଂ ନାଁରେ ଉଡିଛି ଲକ୍ଷଲକ୍ଷ ଟଙ୍କା। ଅଭିଯୋଗ ଅନୁସାରେ ସୁବ୍ରତ ପାଲୋ ନାମକ ଜଣେ ବ୍ୟକ୍ତି ବ୍ରହ୍ମପୁରରେ ରାୟଲ ଇଣ୍ଡିଆ ନାଁରେ ଏକ ଜାଲ ସଂସ୍ଥା ଖୋଲିଥିଲେ। ସୁବ୍ରତ ସିଙ୍ଗାପୁରରେ ଚାକିରି ଦେବା ନାଁରେ ପ୍ରତି ଯୁବକଙ୍କଠାରୁ ୧୫ହଜାର ଟଙ୍କା […]

aaaa

Rakesh Mallick
  • Published: Saturday, 19 August 2017
  • , Updated: 19 August 2017, 08:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବିଦେଶରେ ଚାକିରି ଦେବା ନାଁରେ ଠକେଇ। ଯୁବକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ୍ କରି ପର ଟଙ୍କାରେ କରୁଛନ୍ତି ଅଏସ୍। କେତେବେଳେ ମାଲେସିଆ ତ ପୁଣି କେତେବେଳେ ଦୁବାଇ ଟ୍ରିପ୍। ବଡବଡ ହୋଟେଲରେ ମିଟିଂ ନାଁରେ ଉଡିଛି ଲକ୍ଷଲକ୍ଷ ଟଙ୍କା। ଅଭିଯୋଗ ଅନୁସାରେ ସୁବ୍ରତ ପାଲୋ ନାମକ ଜଣେ ବ୍ୟକ୍ତି ବ୍ରହ୍ମପୁରରେ ରାୟଲ ଇଣ୍ଡିଆ ନାଁରେ ଏକ ଜାଲ ସଂସ୍ଥା ଖୋଲିଥିଲେ। ସୁବ୍ରତ ସିଙ୍ଗାପୁରରେ ଚାକିରି ଦେବା ନାଁରେ ପ୍ରତି ଯୁବକଙ୍କଠାରୁ ୧୫ହଜାର ଟଙ୍କା ଲେଖାଏଁ ନେଇଥିଲେ। ଟଙ୍କା ନେବା ପରେ ଯୁବକଙ୍କ ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଥିଲା ହେଲେ ଏହାପାରେ ନାଁ ପିଲାଙ୍କୁ ମିଳିଥିଲା ଚାକିରି ନାଁ ଫେରି ପାଇଥିଲେ ଟଙ୍କା।

ଘଟଣାରେ ପୋଲିସ ଅଭିଯୁକ୍ତ ସୁବ୍ରତ ପାଲୋଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ତେବେ ଘଟଣାରେ ସଂପୃକ୍ତ ଅନ୍ୟ ସହଯୋଗୀ ଫେରାର ଅଛନ୍ତି। ପ୍ରତିବାଦରେ ଆଜି ଠକାମିର ଶିକାର ହୋଇଥିବା ଯୁବକମାନେ ଡିଜି ପୋଲିସଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ଏହି ସଂସ୍ଥା ପ୍ରାୟ ୪୦୦୦ରୁ ଅଧିକ ପିଲାଙ୍କୁ ଠକିଥିବା ଅଭିଯୋଗ ହୋଇଛି। ସେପଟେ ଘଟଣାରେ ପୋଲିସ କି ପଦକ୍ଷେପ ନେଉଛି ତାହା ଦେଖିବାର କଥା।

Related story