Advertisment

ଏପ୍ରିଲ ୨୯ରୁ ମ୍ୟାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ମାସରେ ହେବ ମାଟ୍ରିକ୍‌ ପରୀକ୍ଷା।  ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ ଯାଏଁ ଏହି ପରୀକ୍ଷା ଚାଲିବ। ଏହି ସମ୍ମେଟିଭ୍‌-୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ। ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ। କରୋନା ମହାମାରୀ କମିଥିବା ବେଳେ ଯଥାସମ୍ଭବ ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ। ମ୍ୟାଟ୍ରିକ୍‌ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କିଛି […]

ଅଦ୍ୟତନ ହୋଇଛି
ରାଜଧାନୀରେ ସ୍କୁଲକୁ ଛୁଇଁଲା କରୋନା; ଦୁଇ ଛାତ୍ର, ୧୦ ଶିକ୍ଷକ ପଜିଟିଭ୍‌

Student

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ମାସରେ ହେବ ମାଟ୍ରିକ୍‌ ପରୀକ୍ଷା।  ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ' ୭ ଯାଏଁ ଏହି ପରୀକ୍ଷା ଚାଲିବ। ଏହି ସମ୍ମେଟିଭ୍‌-୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ। ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ। କରୋନା ମହାମାରୀ କମିଥିବା ବେଳେ ଯଥାସମ୍ଭବ ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ। ମ୍ୟାଟ୍ରିକ୍‌ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କିଛି ବଡ ଘୋଷଣା ହୋଇଛି।

Advertisment

ସେହିପରି ନିଜ ସ୍କୁଲରେ ନ ହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। ଏନେଇ ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଗାଇଡଲାଇନ୍ ଜାରି କରିବେ। ବିଗତ ୨ ବର୍ଷର କରୋନା ସ୍ଥିତିକୁ ବିଚାରକୁ ନେଇ ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ। ପ୍ରଥମ ପଦ୍ଧତି- ସମ୍ମେଟିଭ୍-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ହେବ। ୨ୟ ପଦ୍ଧତି- ସମ୍ମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ। ସେହିପରି ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ୍-୧ରୁ ୩୦%, ସମ୍ମେଟିଭ୍-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ। ଯେଉଁ ଆସେସ୍‌ମେଣ୍ଟରେ ଅଧିକ ମାର୍କ ଥିବ ତାହା ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ସେ ଆହୁରି କହିଛନ୍ତି ଯେ,ଏ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟ ସରକାର ଅନେକ ଆଲୋଚନା କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଛାଚ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ଦାବି ଓ ଅନୁରୋଧକୁ ନଜରରେ ରଖି ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଏପରିକି ଦିନକୁ ଦୁଇଟି ବଦଳରେ ଗୋଟିଏ ବିଷୟରେ ପରୀକ୍ଷା ହେବ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। କମ୍ ଦିନରେ ପରୀକ୍ଷା ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Advertisment
Odisha 10th Board Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe