ରାଜଧାନୀରେ ଚାଲିଥିଲା ବାଲ୍ୟ ବିବାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ବାଲ୍ୟ ବିବାହ। ହେଲେ ବାହାଘର ସରିବା ପୂର୍ବରୁ ଅଟକାଇଦେଲା ପ୍ରଶାସନ। ଆଜି ଚନ୍ଦକା ଅଞ୍ଚଳରେ ଘଟିଛି ଏହି ଘଟଣା। ବାଲ୍ୟ ବିବାହ ଚାଲିଥିବା ବେଳେ ଖବର ପାଇ ଚନ୍ଦକା ପୁଲିସ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ମିଳିତ ଚଢ଼ାଉ କରିଥିଲା। ଚାଇଲ୍ଡ ଲାଇନ୍ ଟିମ୍ ବାହାଘର ଅଟକାଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଏହି ନାବାଳିକା ଜଣକ ହାଇସ୍କୁଲରେ ପଢୁଛନ୍ତି। ତାଙ୍କ ବୟସ ୧୬। ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ […]

child

  • Published: Wednesday, 30 November 2022
  • , Updated: 30 November 2022, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ବାଲ୍ୟ ବିବାହ। ହେଲେ ବାହାଘର ସରିବା ପୂର୍ବରୁ ଅଟକାଇଦେଲା ପ୍ରଶାସନ। ଆଜି ଚନ୍ଦକା ଅଞ୍ଚଳରେ ଘଟିଛି ଏହି ଘଟଣା।

ବାଲ୍ୟ ବିବାହ ଚାଲିଥିବା ବେଳେ ଖବର ପାଇ ଚନ୍ଦକା ପୁଲିସ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ମିଳିତ ଚଢ଼ାଉ କରିଥିଲା। ଚାଇଲ୍ଡ ଲାଇନ୍ ଟିମ୍ ବାହାଘର ଅଟକାଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଏହି ନାବାଳିକା ଜଣକ ହାଇସ୍କୁଲରେ ପଢୁଛନ୍ତି। ତାଙ୍କ ବୟସ ୧୬। ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ କରାଇ ଦିଆଯାଉଥିଲା। ବିବାହ ଅଟକାଇବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ୍ ସଦସ୍ୟ।

ପରେ ତାଙ୍କୁ ସିଡବ୍ଲୁସିରେ ହାଜର କରାଯାଇଥିଲା। ସେଠାରେ କାଉନସିଲିଂ ପରେ ତାଙ୍କୁ ଭିଜେଏସ୍‌ଏସ୍ ଓପନ ସେଲଟରରେ ରଖାଯାଇଛି। ଏଥିସହ ନାବାଳିକାଙ୍କ ବିବାହ କରାଉଥିବା ପରିବାର ଲୋକଙ୍କୁ ତାଗିଦ୍ କରାଯାଇଛି। ଏହା ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି ଚେତାଇ ଦେଇଥିଲେ। ଏଭଳି ଅପରାଧ ପାଇଁ ଜେଲ ଓ ଜରିମାନ ଦଣ୍ଡବିଧାନ ରହିଛି।

Related story