Advertisment

କଟକଣା ଭାଙ୍ଗିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ- ପୋକରା ଦାନ୍ତ ଦେଖନି

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ରାଜ୍ୟ ସରକାରଙ୍କ କରୋନା କଟକଣାକୁ ପାଦରେ ଦଳିଚକଟି ଦେଲେ ଖୋଦ ଜଣେ ବିଧାୟକ। ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ସରକାର ୩୧ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ଲଗାଇଥିଲେ କଡ଼ା କଟକଣା। ଏଥିରେ ଗୋଷ୍ଠୀଗତ ଭୋଜିଭାତ ସହିତ ନୃତ୍ୟ ଆଦିକୁ ବାରଣ କରାଯାଇଥିଲା। ଏପରିକି ଏହାକୁ ଭଙ୍ଗ କଲେ ଦୃଢ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ସରକାରଙ୍କ ନାଲି ଆଖିକୁ ଡରିଲେନି ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ […]

author-image
Niharika Rout
ଅଦ୍ୟତନ ହୋଇଛି
କଟକଣା ଭାଙ୍ଗିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ- ପୋକରା ଦାନ୍ତ ଦେଖନି

bjd mla

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ରାଜ୍ୟ ସରକାରଙ୍କ କରୋନା କଟକଣାକୁ ପାଦରେ ଦଳିଚକଟି ଦେଲେ ଖୋଦ ଜଣେ ବିଧାୟକ। ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ସରକାର ୩୧ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ଲଗାଇଥିଲେ କଡ଼ା କଟକଣା। ଏଥିରେ ଗୋଷ୍ଠୀଗତ ଭୋଜିଭାତ ସହିତ ନୃତ୍ୟ ଆଦିକୁ ବାରଣ କରାଯାଇଥିଲା। ଏପରିକି ଏହାକୁ ଭଙ୍ଗ କଲେ ଦୃଢ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ସରକାରଙ୍କ ନାଲି ଆଖିକୁ ଡରିଲେନି ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ନୂଆ ବର୍ଷ ପାଳିବାକୁ ଭୋଜିଭାତ କଲେ ଓ ତା’ସହିତ ନାଚିଲେ।

Advertisment

[caption id="attachment_703621" align="aligncenter" width="650"]gathering ନୂଆ ବର୍ଷରେ କଟକଣା ଭୁଲି ଷ୍ଟେଜ ଉପରେ ବିଧାୟକ ଜଗଦେବ ।[/caption]

ନୂଆ ବର୍ଷ ପାଳନ ପାଇଁ ୧ ତାରିଖ ରାତିରେ ବାଣପୁର ଦାମିଆ ବରବରା ପଞ୍ଚାୟତର ରାମପୁର ଗାଁକୁ ଯାଇଥିଲେ ଜଗଦେବ ଦମ୍ପତ୍ତି। ସେଠାରେ ଭବ୍ୟ ଆୟୋଜନ ହୋଇଥିଲା। ବିଧାୟକ ସେଠାକାର ଲୋକଙ୍କ ଗହଣରେ ରହି କେକ୍‌ କାଟି ଥିଲେ। ନାଚଗୀତର ଆସର ବି ଜମିଥିଲା। ଡିଜେର ତାଳେତାଳେ ଅନ୍ୟମାନଙ୍କ ସହିତ ମିଶି ବିଧାୟକ ବି ନାଚିଥିଲେ। ଏହାପରେ ଜମିଥିଲା ଭୋଜିଭାତର ଆସର।

Advertisment

[caption id="attachment_703623" align="aligncenter" width="650"]feast ନୂଆ ବର୍ଷରେ ଭୋଜିଭାତରେ ସାମିଲ ଚିଲିକା ବିଧାୟକ ।[/caption]

ଏନେଇ ପ୍ରଶାନ୍ତ ଜଗଦେବଙ୍କୁ ପଚାରିବାରୁ ସେ କହିଛନ୍ତି, ମନ ଡାକିଲା ବୋଲି ଆଦିବାସୀ ଗାଁକୁ ଯାଇଥିଲୁ। ସେଠାରେ ପିଲାଙ୍କ ସହ କେକ୍‌ କାଟିଲୁ। ଭୋଜିଭାତ କଲୁ। ସାମାଜିକ କାର୍ଯ୍ୟକ୍ରମ କଲୁ। ସାମାଜିକ ଦୂରତା ରଖି ପ୍ରାୟ ପଚାଶ ଶହେ ଲୋକ ଏକତ୍ରିତ ହୋଇଥିଲୁ। ହୋଟେଲରେ ସିନା କଟକଣା ଲାଗୁ ହୋଇଛି, ଘରେ କ’ଣ ଭୋଜିଭାତ ହେଉନି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।

ଏଥିସହ ବିଧାୟକ କହିଛନ୍ତି, ସବୁବେଳେ ସଫା ଦାନ୍ତ ଦେଖ, ପୋକରା ଦାନ୍ତ ଦେଖନି।  ଆଦିବାସୀ ଲୋକଙ୍କ ସହ ଜଣେ ବିଧାୟକ ନୂଆ ବର୍ଷ ପାଳିଲେ ତାକୁ ଦେଖ। କଟକଣା ବୋଲି କ’ଣ ଧାରଣା, ରାଲି ହେଉନି। ଦେଶ ବି ତ ଚାଲିଛି। ତେଣୁ କଟକଣାକୁ ଦେଖିଲେ କିଛି ହେବନି।

ସୂଚନାଯୋଗ୍ୟ,  ପ୍ରଶାନ୍ତ ଜଗଦ୍ଦେବ ଅନେକ ସମୟରେ ବିବାଦରେ ରହନ୍ତି। ଏହା ପୂର୍ବରୁ ସେ ଜଣେ ବିଜେପି ନେତାଙ୍କୁ ମାଡ଼ ମାରିଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଦଳ ତାଙ୍କୁ ନିଲମ୍ବିତ ମଧ୍ୟ କରିଛି।

COVID Guideline Bjd Leader