Advertisment

ଥାନାରେ ତାଲିବାନୀ ବିଚାର, ୪ ନାବାଳକଙ୍କୁ ଦେଉଛନ୍ତି କରେଣ୍ଟ!

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ପୁଲିସ ଧରିଥିଲା ୪ ଜଣ ନାବାଳକଙ୍କୁ। ସେମାନଙ୍କୁ ଜୁଭେନାଇ‌ଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇବା ପରିବର୍ତ୍ତେ ପୁଲିସ ୩ ଦିନ ଧରି ମାଡ଼ ମାରିବା ସହ ବିଦ୍ୟୁତ ସକ୍‌ ଦେଇଥିବା ଅଭିଯୋଗ ହୋଇଛି। ଆଜି ଏଭଳି ଅଭିଯୋଗ ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ ଆସିଛି। ଗତ ୧୨ ତାରିଖରେ ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଏକ ଘରୁ ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଥାନାରେ ତାଲିବାନୀ ବିଚାର, ୪ ନାବାଳକଙ୍କୁ ଦେଉଛନ୍ତି କରେଣ୍ଟ!

malkangiri

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ପୁଲିସ ଧରିଥିଲା ୪ ଜଣ ନାବାଳକଙ୍କୁ। ସେମାନଙ୍କୁ ଜୁଭେନାଇ‌ଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇବା ପରିବର୍ତ୍ତେ ପୁଲିସ ୩ ଦିନ ଧରି ମାଡ଼ ମାରିବା ସହ ବିଦ୍ୟୁତ ସକ୍‌ ଦେଇଥିବା ଅଭିଯୋଗ ହୋଇଛି। ଆଜି ଏଭଳି ଅଭିଯୋଗ ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ ଆସିଛି।

Advertisment

ଗତ ୧୨ ତାରିଖରେ ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଏକ ଘରୁ ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୪ ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ଦିନରେ ଖାଇବାକୁ ଦିଆଯାଉଥିଲା ଓ ରାତିରେ ପ୍ରବଳ ମାଡ଼ ହେଉଥିବା ଅଭିଯୋଗ ହୋଇଛି। ଧରିବା ପରେ ସେମାନଙ୍କୁ ଜୁଭେନାଇ‌ଲ‌ ଜଷ୍ଟିସ୍‌ ବୋର୍ଡରେ ହଜାର କରିବା ପରିବର୍ତ୍ତେ ଥାନାରେ ୩ ଦିନ ଧରି ରଖି ବିଦ୍ୟୁତ ସକ୍‌ ଦେଇଥିବା ନାବାଳକ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆଜି ପୁଲିସ ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରିବାକୁ ଆସିଥିଲା। ଏହି ସମୟରେ ନାବାଳକମାନେ ନିର୍ଯାତନା ଦିଆଯାଉଥିବା ଗଣମାଧ୍ୟମକୁ କହିଛନ୍ତି।

Advertisment

ଅଧିକ ପଢନ୍ତୁ >> ଥାନାରେ ହାତ, ବେକ କାଟି ପକାଇଲା ଅଭିଯୁକ୍ତ 

ନାବାଳକମାନଙ୍କ ଅଭିଯୋଗ ନେଇ ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ କହିଛନ୍ତି, ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏମାନେ ପୂର୍ବରୁ ଚୋରି କରିଥିଲେ। ସେମାନଙ୍କଠାରୁ ଚୋରି ଜିନିଷ ସାମଗ୍ରୀ ଉଦ୍ଧାର କରାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

Malkangiri Odisha News