Advertisment

‘ନିଖୋଜ ପୋଷ୍ଟର’ ଗଣ୍ଡଗୋଳରେ ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ‘ନିଖୋଜ’ ପୋଷ୍ଟର ମରାରୁ ହୋଇଥିବା ଗଣ୍ଡଗୋଳ ମାମଲାରେ ଧନେଶ୍ୱର ବାରିକ ଓ ଜ୍ୟୋତିରଂଜନ ପଣ୍ଡାଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଗିରଫ ଧନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ବୋଲି ଜଣାପଡ଼ିଛି। ବୁଧବାର ବିଳମ୍ୱିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ବିଜେଡି ସମର୍ଥକମାନେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ‘ନିଖୋଜ’ ପୋଷ୍ଟର ମାରୁଥିଲେ। ଏ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ଜ୍ୟୋତିରଂଜନ […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ନିଖୋଜ ପୋଷ୍ଟର’ ଗଣ୍ଡଗୋଳରେ ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ ଗିରଫ

bjp

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ‘ନିଖୋଜ’ ପୋଷ୍ଟର ମରାରୁ ହୋଇଥିବା ଗଣ୍ଡଗୋଳ ମାମଲାରେ ଧନେଶ୍ୱର ବାରିକ ଓ ଜ୍ୟୋତିରଂଜନ ପଣ୍ଡାଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଗିରଫ ଧନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ବୋଲି ଜଣାପଡ଼ିଛି।

Advertisment

ବୁଧବାର ବିଳମ୍ୱିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ବିଜେଡି ସମର୍ଥକମାନେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ‘ନିଖୋଜ’ ପୋଷ୍ଟର ମାରୁଥିଲେ। ଏ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ଜ୍ୟୋତିରଂଜନ ପଣ୍ଡା ଜାଣିପାରି ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ବିଜେଡି ସମର୍ଥକମାନେ ଧନେଶ୍ୱର ବାରିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଧନେଶ୍ୱର ବାରିକ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଧନେଶ୍ୱର ବାରିକ ଓ ଜ୍ୟୋତିରଂଜନ ପଣ୍ଡାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ପୋଷ୍ଟର ମାରିଥିବା ଗୋଷ୍ଠୀର କାହାକୁ ଗିରଫ କରାଯାଇଛି କି ନା, ପୁଲିସ ସ୍ପଷ୍ଟ କରିନି।

https://twitter.com/AprajitaSarangi/status/1359792000661213186?s=20

’ନିଖୋଜ’ ପୋଷ୍ଟର ମରାଯିବା ପରେ ଆଜି ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି, ଭୁବନେଶ୍ୱରବାସୀ ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ଖୁସି ଲାଗିଲା। ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ଦିଲ୍ଲୀରେ ଅଛି। ଫେବ୍ରୁଆରୀ ୧୫ ତାରିଖରେ ଭୁବନେଶ୍ୱର ଫେରୁଛନ୍ତି ବୋଲି ଅପରାଜିତା କହିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ‘ଜାତୀୟ ଐତିହ୍ୟ ପ୍ରାଧୀକରଣ’ (ଏନ୍ଏମ୍ଏ) ଉପନିୟମ ଚିଠା ପ୍ରସ୍ତାବ ସଂପର୍କରେ ଅନୁଧ୍ୟାନ କରିବି ଏବଂ ସେହିସବୁ ସ୍ଥାନ ବୁଲିବା ପରେ ଉପଯୁକ୍ତ ପଦକ୍ଷେପ ନେବି ବୋଲି ଅପରାଜିତା କହିଛନ୍ତି।

Advertisment
Aparajita Sarangi