ନିଜାମୁଦ୍ଦିନ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ନିଜାମୁଦ୍ଦିନ ସଭାରେ ଯୋଗ ଦେଇ ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୩ ଜଣଙ୍କର ପଜିଟିଭ୍ ଆସିଛି। ତେବେ ଉକ୍ତ ସଭାରେ ବାସ୍ତବରେ ଓଡ଼ିଶାର କେତେ ଜଣ ଯୋଗ ଦେଇଥିଲେ ଓ କେତେ ଜଣ ଫେରିଛନ୍ତି, […]

naveen patnaik

naveen patnaik

Jitendra Garnayak
  • Published: Saturday, 04 April 2020
  • Updated: 04 April 2020, 02:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ନିଜାମୁଦ୍ଦିନ ସଭାରେ ଯୋଗ ଦେଇ ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୩ ଜଣଙ୍କର ପଜିଟିଭ୍ ଆସିଛି। ତେବେ ଉକ୍ତ ସଭାରେ ବାସ୍ତବରେ ଓଡ଼ିଶାର କେତେ ଜଣ ଯୋଗ ଦେଇଥିଲେ ଓ କେତେ ଜଣ ଫେରିଛନ୍ତି, ତାହା ସ୍ପଷ୍ଟ ହୋଇ ନଥିଲା ବେଳେ ସେମାନେ ନିଜେ ସାମ୍ନାକୁ ଆସିବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି। ତେବେ ଘଟଣାର ଗୁରୁତ୍ୱକୁ ଅନୁଭବ କରି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜାମୁଦ୍ଦିନ ସଭାରେ ଯୋଗ ଦେଇ ଫେରିଥିବା ଲୋକଙ୍କୁ ସାମ୍ନାକୁ ଆସିବାକୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଓଡ଼ିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଟୋଲ୍ ଫ୍ରୀ ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ। ଡରନ୍ତୁ ନାହିଁ। ମୁଁ ଓ ମୋ ସରକାର ଆପଣଙ୍କ ସାଥିରେ ଅଛି। ମା’ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ।”

ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଟେଷ୍ଟରେ ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ। ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବ ଜାତିର ବହୁତ ବଡ଼ ଉପକାର କରିପାରିବ।

ସେ କହିଛନ୍ତି, “କରୋନା ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ। ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। କରୋନାକୁ ଡରିବାର କିଛି ନାହିଁ। କିନ୍ତୁ ଆମକୁ ସାବଧାନ ରହିବାକୁ ହେବ।”

ସେହିପରି ଓଡ଼ିଶା ଓ୍ୱାକଫ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସୟିଦ ଏକ୍ରାମ ହୁସେନ୍ ମଧ୍ୟ ମୁସଲମାନ ଭାଇମାନଙ୍କୁ ଆଦୌ ଭୟଭୀତ ନହୋଇ ଆତ୍ମପ୍ରକାଶ କରିବାକୁ ଅପିଲ୍‌ କରିଛନ୍ତି। ସଚ୍ଚା ମୁସଲମାନ କେବେ ମାନବ ଜାତିର କ୍ଷତି ଚିନ୍ତା କରେନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ଗୋଟିଏ ଦିନରେ ୧୫ ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story