ମୟୂରଭଞ୍ଜରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ, ୨୩୦୦ କୋଟିର ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ୨୩୦୦କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି। ବିଜେପି କର୍ମୀଙ୍କ ତୀବ୍ର ବିରୋଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଡ଼ା ସୁରକ୍ଷା ମଧ୍ୟରେ ଆଜି ବାରିପଦାରେ ଏହି କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ […]

Smart Card

Smart Card

Ordigital Desk
  • Published: Friday, 22 October 2021
  • Updated: 22 October 2021, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ୨୩୦୦କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି।

ବିଜେପି କର୍ମୀଙ୍କ ତୀବ୍ର ବିରୋଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଡ଼ା ସୁରକ୍ଷା ମଧ୍ୟରେ ଆଜି ବାରିପଦାରେ ଏହି କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୧ ସେପ୍ଟେମ୍ବରରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ଜରିଆରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଛି । ଏହି କାର୍ଡଟି ବିପଦ ସମୟର ପ୍ରକୃତ ବନ୍ଧୁ । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟର ୯୬ଲକ୍ଷ ପରିବାରର ସାଢ଼େ ୩କୋଟି ଲୋକ ଉପକୃତ ହେବେ । ସେମାନଙ୍କୁ ଚିକିତ୍ସା ସୁବିଧା ମିଳିବ । କେବଳ ମୟୂରଭଞ୍ଜ ଜିଲ୍ଲାରେ ୨୧ଲକ୍ଷ ୪୦ହଜାର ଲୋକଙ୍କୁ ଏହି କାର୍ଡରେ ଚିକିତ୍ସା ସୁବିଧା ମିଳିପାରିବ । ସେହିପରି ଏବେ ଜିଲ୍ଲାର ୯୪ଟି ଗାଁର ୧୫ହଜାର ହେକ୍ଟର ଜମିକୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମଶଧ୍ୟମରେ ପାଣି ଦିଆଯାଉଛି । ଜିଲ୍ଲାର ସବୁ ପରିବାରକୁ ପାଇପ୍ ପାଣି ଯୋଗାଇ ଦେବାକୁ ୩୨୦୦କୋଟି ଟଙ୍କାର ମେଗା ପାଇପ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ବିକାଶ ଧାରାକୁ ଆଗେଇ ନେଇ ଆଜି ଆହୁରି ୨୩୦୦କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପ୍ରତାପ ଜେନା ଓ ନବ କିଶୋର ଦାସ ମଧ୍ୟ ଭାଷଣ ଦେଇଥିଲେ । ତେବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଶେଷ ମୁହୂର୍ତ୍ତରେ ଏହି ମଂଚରେ ଦେଖିବାକୁ ମିଳିନଥିଲା ।

ମୁଖ୍ୟମନ୍ତ୍ରୀ ଆସନ୍ତା ସପ୍ତାହରେ ପଶ୍ଚିମଓଡ଼ିଶା ଗସ୍ତରେ ସମ୍ବଲପୁର ଅବା ବରଗଡ଼ ଜିଲ୍ଲା ଯିବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos