Advertisment

ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି: ମନ୍ତ୍ରୀ-ସଚିବଙ୍କ କଥାକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜାନୁୟାରୀ ମାସରୁ ସ୍କୁଲ-କଲେଜ ଖୋଲିବା ନେଇ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାପସନ୍ଦ କରିଛନ୍ତି। ରାଜ୍ୟ ସରକାର ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ସ୍କୁଲ ଓ କଲେଜ ଖୋଲିବା ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍ ମୁକାବିଲା ସ୍ଥିତିର ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍କୁଲ ଓ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ […]

author-image
Tapas Behera
ଅଦ୍ୟତନ ହୋଇଛି
ଶହୀଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ରାଜଧାନୀରେ ହେବ ସ୍ମାରକୀ

naveen

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜାନୁୟାରୀ ମାସରୁ ସ୍କୁଲ-କଲେଜ ଖୋଲିବା ନେଇ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାପସନ୍ଦ କରିଛନ୍ତି। ରାଜ୍ୟ ସରକାର ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ସ୍କୁଲ ଓ କଲେଜ ଖୋଲିବା ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋଭିଡ୍ ମୁକାବିଲା ସ୍ଥିତିର ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍କୁଲ ଓ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ପୂଜା ସମୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଯେଉଁ ଆଶଙ୍କା ହେଉଥିବା ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି। ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ରାଜ୍ୟରେ ଜାନୁୟାରୀରେ ସ୍କୁଲ ଖୋଲିବା ପାଇଁ ଯୋଜନା କରାଯାଉଛି। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ। ବାକି କ୍ଲାସଗୁଡ଼ିକ ଖୋଲିବ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସ୍କୁଲ ଖୋଲିବା ପରେ ଅତିକମରେ ୧୦୦ଦିନ ଧରି କ୍ଲାସ ହେବ। ଶନିବାର ଓ ରବିବାର ଛୁଟିଦିନରେ ବି କ୍ଲାସ କରାଯିବ। କିଛିଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଷ୍ଟଡି ମ୍ୟାଟେରିଆଲ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ଦିଆଯିବ।

ସେହିପରି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଥିଲେ ଯେ, ଛାତ୍ରଛାତ୍ରୀମାନେ ନୂଆବର୍ଷରେ କଲେଜରେ କ୍ଲାସ କରିବେ ବୋଲି ଆଶା କରୁଛୁ। ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ୟୁଜି ଓ ପିଜି ପାଇଁ ସେମିଷ୍ଟାର ପରୀକ୍ଷା ଘୁଂଚିବ। ୭୦-୮୦ଦିନ ପାଠ କ୍ଲାସରେ ପଢ଼େଇ ପରୀକ୍ଷା କରିବୁ। କଲେଜ ଖୋଲିବା ପାଇଁ ଯଦି ଅଧିକ ବିଳମ୍ବ ହେବ  ତା’ହେଲେ ସିଲାବସ୍ କମାଇବା କଥା ଚିନ୍ତା କରାଯାଇପାରେ।
ତେବେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଲେଜ ଓ ସ୍କୁଲ ଖୋଲିବା ପାଇଁ ଦିଆଯାଇଥିବା ବୟାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନାପସନ୍ଦ କରିବା ଏବେ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଆଗକୁ ପଢ଼ନ୍ତୁ : ରାଜଧାନୀରେ ପୁଣି ଫୁଟିଲା ଗୁଳି, ଏଥର ଟାର୍ଗେଟ ଜେଲ୍‌ ଫେରନ୍ତା ଯୁବକ

Naveen Patnaik COVID Guideline