କରୋନା: ଯୁବବର୍ଗଙ୍କୁ ଏମିତି ପରାମର୍ଶ ଦେଲେ ସିଏମ୍‌ସି କମିଶନର

କଟକ: (ଓଡ଼ିଶା ରିପୋର୍ଟର): କଟକରେ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଯୁବବର୍ଗ। ନିଜେ ସଂକ୍ରମିତ ହେବା ଦ୍ୱାରା ଘରେ ଥିବା ବୟସ୍କ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏନେଇ ସତର୍କତା ଜରୁରୀ ବୋଲି କହିଛନ୍ତି ସିଏମ୍‌ସି କମିଶନର ଅନନ୍ୟା ଦାସ। କଟକରେ କରୋନା ସ୍ଥିତି ନେଇ CMC କମିଶନର ଅନନ୍ୟା ଦାସ କହିଛନ୍ତି ଯେ କଟକରେ ଯୁବବର୍ଗ ଅଧିକ ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୧ରୁ ୪୦ ବର୍ଷ ବୟସର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି। […]

ann

Tapas Behera
  • Published: Sunday, 16 August 2020
  • , Updated: 17 August 2020, 07:13 AM IST

କଟକ: (ଓଡ଼ିଶା ରିପୋର୍ଟର): କଟକରେ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଯୁବବର୍ଗ। ନିଜେ ସଂକ୍ରମିତ ହେବା ଦ୍ୱାରା ଘରେ ଥିବା ବୟସ୍କ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏନେଇ ସତର୍କତା ଜରୁରୀ ବୋଲି କହିଛନ୍ତି ସିଏମ୍‌ସି କମିଶନର ଅନନ୍ୟା ଦାସ।

କଟକରେ କରୋନା ସ୍ଥିତି ନେଇ CMC କମିଶନର ଅନନ୍ୟା ଦାସ କହିଛନ୍ତି ଯେ କଟକରେ ଯୁବବର୍ଗ ଅଧିକ ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୧ରୁ ୪୦ ବର୍ଷ ବୟସର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି। କାମ ପାଇଁ ଘରୁ ବାହାରୁଥିବାରୁ ଯୁବପିଢ଼ି ଅଧିକ ଆକ୍ରାନ୍ତ ହେଉଛନ୍ତି। ତେବେ ଏମାନଙ୍କ ପାଇଁ ଘରେ ଥିବା ବୟସ୍କ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏନେଇ ସତର୍କତା ନିହାତି ଜରୁରୀ ଅଟେ ବୋଲି ସେ କହିଛନ୍ତି। ତେଣୁ ବିଶେଷ କିଛି କାମ ନଥିଲେ ଘରୁ ନବାହାରିବାକୁ ଯୁବପିଢ଼ିଙ୍କୁ ପରାମର୍ଷ ଦେଛନ୍ତି ଅନନ୍ୟା।

ସାହି ବସ୍ତିରେ ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ଜ୍ୱର, ଥଣ୍ଡା, କାଶ କିମ୍ବା ଅନ୍ୟ ରୋଗ ଥିଲେ ଟେଷ୍ଟିଂ ପାଇଁ ଗୁରୁତ୍ୱ ଦେଉଛୁ ବୋଲି ବୋଲି CMC କମିଶନର କହିଛନ୍ତି।

ସେହିପରି କଟକରେ କରୋନା ସ୍ଥିତି ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୫୪, ୮୮୪ ସାମ୍ପଲ ସଂଗ୍ରହ ହୋଇଛି। ୩୭୪୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦୨୦ ଜଣ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୦% ସହରାଞ୍ଚଳର। କରୋନା ସୁସ୍ଥତା ହାର ୬୬ରୁ ୭୨ ପ୍ରତିଶତକୁ ବୃଦ୍ଧି ପାଇଛି। କଟକରେ ଟେଷ୍ଟ ବଢୁଛି; କିନ୍ତୁ ଆକ୍ରାନ୍ତଙ୍କ ହାର କମୁଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଗତ ସପ୍ତାହରେ ୧୩,୧୨୪ ଟେଷ୍ଟ ହୋଇଥିଲା; ଏଥର ୧୭,୪୩୫ ଟେଷ୍ଟ କରାଯାଇଛି। ସେହିପରି ଗତ ସପ୍ତାହରେ ଆକ୍ରାନ୍ତ ସଂଖ୍ୟା ୬.୭୨% ଥିବା ବେଳେ ଏ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ୪.୬୨% ରହିଛି। ଦାନରେ ମିଳିଥିବା ୨୨୪ ୟୁନିଟ୍ ପ୍ଲାଜମାରୁ ୧୭୯ ୟୁନିଟ ବ୍ୟବହାର ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related story