ସ୍କୁଲକୁ ଯିବ ପୁଲିସ୍‌, ପିଲାଙ୍କୁ ବୁଝାଇବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀ ଓ ଛୋଟ ପିଲା ସାଇବର ମାମଲାରେ ଶିକାର ହେଉଛନ୍ତି। ଏହାକୁ ନେଇ ଚିନ୍ତାରେ କମିଶନରେଟ୍‌ ପୁଲିସ୍‌। ସେଥିପାଇଁ ସ୍କୁଲ ଯିବ ପୁଲିସ। ସାଇବର ସୁରକ୍ଷା ନେଇ ପିଲାମାନଙ୍କୁ ସଚେତନତା କରିବ। ପ୍ରତି ସ୍କୁଲରେ ଦୁଇ ଜଣଙ୍କୁ ନେଇ ଗୋଟିଏ ଲେଖାଏଁ ଗ୍ରୁପ୍‌ କରାଯିବ। ସେହି ଗ୍ରୁପ୍‌ ଜରୀଆରେ ପୁଲିସ ସାଇବର ସମ୍ବନ୍ଧୀୟ ସୂଚନା ଦେବ। ସେହି ପରି ପ୍ରତି ସ୍କୁଲରେ ରହିବ ସାଇବର ସିକ୍ୟୁରୁଟି କ୍ଲବ। ଏହି କ୍ଲବରେ ଜଣେ ଛାତ୍ରୀଙ୍କ […]

school

  • Published: Wednesday, 16 November 2022
  • , Updated: 16 November 2022, 05:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀ ଓ ଛୋଟ ପିଲା ସାଇବର ମାମଲାରେ ଶିକାର ହେଉଛନ୍ତି। ଏହାକୁ ନେଇ ଚିନ୍ତାରେ କମିଶନରେଟ୍‌ ପୁଲିସ୍‌। ସେଥିପାଇଁ ସ୍କୁଲ ଯିବ ପୁଲିସ। ସାଇବର ସୁରକ୍ଷା ନେଇ ପିଲାମାନଙ୍କୁ ସଚେତନତା କରିବ।

ପ୍ରତି ସ୍କୁଲରେ ଦୁଇ ଜଣଙ୍କୁ ନେଇ ଗୋଟିଏ ଲେଖାଏଁ ଗ୍ରୁପ୍‌ କରାଯିବ। ସେହି ଗ୍ରୁପ୍‌ ଜରୀଆରେ ପୁଲିସ ସାଇବର ସମ୍ବନ୍ଧୀୟ ସୂଚନା ଦେବ। ସେହି ପରି ପ୍ରତି ସ୍କୁଲରେ ରହିବ ସାଇବର ସିକ୍ୟୁରୁଟି କ୍ଲବ। ଏହି କ୍ଲବରେ ଜଣେ ଛାତ୍ରୀଙ୍କ ସମେତ ମୋଟ୍‌ ୫ ଜଣ ରହିବେ।

ମୋବାଇଲ ଓ ସୋଶାଲ୍‌ ମିଡ଼ିଆ ବ୍ୟବହାର, ଉପୋଜୋଗିତ ଏବଂ ଏହାର ଅପବ୍ୟବହାରର ପରିଣାମ ବିଷୟରେ ସଚେତନ କରାଯିବ। ସାଇବର ସୁରକ୍ଷା ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ଏହା ସହ ଟ୍ରାଫିକ ନିୟମାବଳୀ, ନିଶା ସେବନ, ଏପରିକି ମିଛ ପ୍ରଲୋଭନ ପଡି ଘରୁ ଫେରାର ହୋଇଯିବା ଘଟଣା ସମ୍ପର୍କରେ ସଚେତନ କରାଯିବ। ଆଜି ଏ ନେଇ ପୁଲିସ୍‌ ସେବା ଭବନରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି।  ଏଥିରେ ଯୋଗଦେଇଥିଲେ ରାଜଧାନୀର ବିଭିନ୍ନ ସ୍କୁଲର ପ୍ରତିନିଧି ଦଳ। ଅନ୍‌ ଲାଇନ୍‌ ଗେମିଂରୁ ସ୍କୁଲ ପିଲାଙ୍କୁ ଦୂରରେ ରଖିବାକୁ ସ୍କୁଲର ପ୍ରତିନିଧି ମଣ୍ଡଳୀଙ୍କୁ ପରାମର୍ଶ ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Related story