ଆର୍ଥିକ କଟକଣାକୁ ନେଇ ସରକାରଙ୍କୁ ଘେରିଲେ ବିଜେପି-କଂଗ୍ରେସ ଓ ବାମଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଜନିତ ପରିସ୍ଥିତି ଯୋଗୁ ରାଜ୍ୟରେ ବିଭିନ୍ନ ପ୍ରକାରର ଆର୍ଥିକ କଟକଣା ଲାଗୁ କରିଥିବା ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପ୍ରସଙ୍ଗରେ ଆଜି ସ୍ପଷ୍ଟୀକରଣ ଦିଆଯିବା ସତ୍ତ୍ୱେ ତାହା ବିରୋଧୀ ଦଳଗୁଡ଼ିକୁ ସନ୍ତୁଷ୍ଟ କରିପାରିନି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଆଜି ବିଜେପି, କଂଗ୍ରେସ ଓ ବାମଦଳ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ତଥା ବିଜେପି ନେତା ପ୍ରଦୀପ୍ତ କୁମାର ନାଏକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ […]

nirannaj-patnik-and-prdeep

nirannaj-patnik-and-prdeep

Manoranjan Sial
  • Published: Wednesday, 08 July 2020
  • Updated: 08 July 2020, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଜନିତ ପରିସ୍ଥିତି ଯୋଗୁ ରାଜ୍ୟରେ ବିଭିନ୍ନ ପ୍ରକାରର ଆର୍ଥିକ କଟକଣା ଲାଗୁ କରିଥିବା ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପ୍ରସଙ୍ଗରେ ଆଜି ସ୍ପଷ୍ଟୀକରଣ ଦିଆଯିବା ସତ୍ତ୍ୱେ ତାହା ବିରୋଧୀ ଦଳଗୁଡ଼ିକୁ ସନ୍ତୁଷ୍ଟ କରିପାରିନି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଆଜି ବିଜେପି, କଂଗ୍ରେସ ଓ ବାମଦଳ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ବିରୋଧୀ ଦଳ ନେତା ତଥା ବିଜେପି ନେତା ପ୍ରଦୀପ୍ତ କୁମାର ନାଏକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି। ଅନେକ ବିଭାଗରେ ସରକାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡ଼ିବା ପରେ ବି ପୂରଣ ହେଉନି। ବିଶେଷ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗରେ ଅନେକ ପଦବୀ ଖାଲି ରହିଛି । ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକ ନାହାଁନ୍ତି । ମେଡିକାଲରେ ଡାକ୍ତର ଏବଂ ଆଧୁନିକ ଯନ୍ତ୍ରପାତି ଅଭାବ କାରଣରୁ ହଜାର ହଜାର ରୋଗୀ ଅକାଳରେ ପ୍ରାଣ ହରାଉଛନ୍ତି। ଏଥିପ୍ରତି ରାଜ୍ୟ ସରକାର କେବେ ଦୃଷ୍ଟି ଦେଇ ନାହାଁନ୍ତି। ଏବେ କରୋନାକୁ ଏକ ବାହାନା ବନାଇ ଖର୍ଚ୍ଚ କାଟ କରିବା ପାଇଁ ସରକାରୀ ନିଯୁକ୍ତିକୁ ୨ ବର୍ଷ ଲାଗି ବନ୍ଦ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିଜ ଦାୟିତ୍ୱରୁ ଖସିଯିବାର ଏକ ଷଡ଼ଯନ୍ତ୍ର। ପ୍ରତିବର୍ଷ ରାଜ୍ୟରେ ବେକାରୀ ସମସ୍ୟା ବଢିବାରେ ଲାଗିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ରାଜ୍ୟ ସରକାର ଚାହୁଁ ନାହାଁନ୍ତି । ସେହିପରି ରାଜ୍ୟରେ ରାଜସ୍ୱ ଆଦାୟ କରିବା ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା ରହିଛି । କିନ୍ତୁ ରାଜ୍ୟସରକାର କେବଳ ମଦ ବିକ୍ରି କରି ରାଜସ୍ୱ ପାଇବା କଥା ଚିନ୍ତା କରି ସେ ଦିଗରେ ମାତିଛନ୍ତି। ସରକାରୀ ପଦବୀ ଖାଲି ରହିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖର୍ଚ୍ଚ କାଟ କରିବା। ଏଭଳି ସମୟରେ ବେକାରୀ ସମସ୍ୟାକୁ ହଟାଇବା ପାଇଁ ରାଜ୍ୟ ସରକାର ନିଜ ନିଷ୍ପତ୍ତିି ବଦଳାଇ ରୋଜଗାର ଦେବାର ପନ୍ଥା ଆପଣାନ୍ତୁ ବୋଲି ଶ୍ରୀ ନାଏକ କହିଛନ୍ତି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଆଗାମୀ ଦୁଇବର୍ଷ ପାଇଁ ନିଯୁକ୍ତି ବନ୍ଦ ନିଷ୍ପତ୍ତିକୁ କଟୁ ସମାଲୋଚନା କରି କହିଛନ୍ତି ଯେ, କୋଭିଡ ମୁକାବିଲାକୁ ନେଇ ରାଜ୍ୟ ସରକାର ସରକାରୀ କାର୍ଯ୍ୟକ୍ରମରେ ଯେଉଁ ଆର୍ଥିକ କଟକଣା ଜାରି କରିଛନ୍ତି ତାହା କେତେକାଂଶରେ ଗ୍ରହଣୀୟ ହେଲେ ମଧ୍ୟ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ସରକାରୀ ଚାକିରୀ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ସଂପୂର୍ଣ୍ଣ ବନ୍ଦ କରିବା କେବେବି ଗ୍ରହଣୀୟ ନୁହେଁ। କୋଭିଡ ବିପତ୍ତ ସମୟରେ ସମଗ୍ର ରାଜ୍ୟରେ କର୍ମନିଯୁକ୍ତିର ଘୋର ଅଭାବ ଦେଖାଦେଇଥିବାବେଳେ ଲୋକଙ୍କୁ କର୍ମନିଯୁକ୍ତି ଦେବା ସରକାରଙ୍କର ପ୍ରାଥମିକତା ହେବା ଉଚିତ୍। ମୁଖ୍ୟମନ୍ତ୍ରୀଙ୍କର ଏଭଳି ନିଯୁକ୍ତି ବନ୍ଦ ସଂକ୍ରାନ୍ତ ନିଷ୍ପତ୍ତି ଉଚ୍ଚଶିକ୍ଷିତ ଚାକିରି ଆଶାୟୀ ଯୁବକଯୁବତୀଙ୍କୁ ମାନସିକ ସ୍ତରରେ ଆଘାତ ଦେବ। ବର୍ତମାନ ସମୟରେ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଅଣକୁଶଳୀ, କୁଶଳୀ ଏବଂ ଅତି କୁଶଳୀ ଶ୍ରମିକ ମାନଙ୍କର ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ ହୋଇଛି। ସେମାନେ ସମସ୍ତେ କର୍ମନିଯୁକ୍ତି ଆଶାରେ ସରକାରଙ୍କ ଉପରେ ନିର୍ଭର ଏବଂ ଭରସା କରି ରହିଛନ୍ତି। ସରକାର ବୁଝିବା ଦରକାର ଯେ ଜୀବିକା ବିପନ୍ନ ହେଲେ ଜୀବନ ବିପନ୍ନ ହେବାର ସମ୍ଭାବନା ସବୁଠାରୁ ଅଧିକ । ତେଣୁ ପରିସ୍ଥିତିର ବାସ୍ତବତାକୁ ସରକାର ବୁଝନ୍ତୁ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦୁଇବର୍ଷ ପାଇଁ ଯେଉଁ କଟକଣା ଜାରି କରିଛନ୍ତି ତାକୁ ସଂପୂର୍ଣ୍ଣରୂପେ ପ୍ରତ୍ୟାହାର କରନ୍ତୁ। ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିର୍ମାଣ କନକ୍ଲେଭ ଆୟୋଜନ କରି ୪-୫ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ । ଏ ଭିତରେ ଦେଢ଼ ବର୍ଷରୁ ଉର୍ଦ୍ଧ ସମୟ ଅତିକ୍ରାନ୍ତ ହେଲାପରେ ସରକାର କେତେଲୋକଙ୍କୁ ଘୋଷଣା ମୁତାବକ ନିଯୁକ୍ତି ପ୍ରଦାନ କରିଛନ୍ତି ତାହାର ତଥ୍ୟ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବା ଉଚିତ୍ ବୋଲି ସେ କହିଛନ୍ତି।

ସେହିପରି ଡିୱାଇଏଫଆଇ ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି ମଧ୍ୟ ଓଡ଼ିଶା ସରକାରଙ୍କ ଏଭଳି ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କରୋନା ମହାମାରୀ ଆଳରେ ରାଜ୍ୟ ସରକାର ଯୁବକମାନଙ୍କ ଜୀବନଜୀବିକାକୁ ବିପନ୍ନ କରୁଛନ୍ତି। ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ସରକାର ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବାବେଳେ ଏବେ କରୋନା ଭଳି ଏକ ସଙ୍ଗୀନ ପରିସ୍ଥିତିରେ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବା, ଆଉଟସୋର୍ସିଂ ବନ୍ଦ କରିବା ସହ ପଦବୀ ଉଚ୍ଛେଦ ଅତ୍ୟନ୍ତ ଅମାନବିକ ନିଷ୍ପତ୍ତି।

ସୂଚନାଯୋଗ୍ୟ, ଅର୍ଥ ବିଭାଗ ପକ୍ଷରୁ ଗତକାଲିର ନିର୍ଦ୍ଦେଶନାମା ଉପରେ ଆଜି ସ୍ପଷ୍ଟୀକରଣ ଦିଆଯାଇଛି ଓ ସେଥିରେ ନୂଆ ନିଯୁକ୍ତି ଉପରେ କୌଣସି କଟକଣା ନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story