କାଳିଆ ପରେ ବଳିଆ ଯୋଜନା,ଆଉ ଏକ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘କାଳିଆ’ ନାଁରେ ଏକ ଯୋଜନା ଚାଷୀଙ୍କ ପାଇଁ କଲେ। ଏବେ ଭୂମିହୀନ ଚାଷୀଙ୍କ ପାଇଁ ‘ବଳିଆ’ ନାଁରେ ଏକ ଯୋଜନା କଲେଣି । ଯାହାକି ସମ୍ପୂର୍ଣ୍ଣ ଭାବେ ଏକ ନିର୍ବାଚନୀ ଧୂଆଁବାଣ ବୋଲି କଂଗ୍ରେସ କହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କ ପାଇଁ ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। […]

congress

congress

Manoranjan Sial
  • Published: Friday, 03 July 2020
  • Updated: 03 July 2020, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘କାଳିଆ’ ନାଁରେ ଏକ ଯୋଜନା ଚାଷୀଙ୍କ ପାଇଁ କଲେ। ଏବେ ଭୂମିହୀନ ଚାଷୀଙ୍କ ପାଇଁ ‘ବଳିଆ’ ନାଁରେ ଏକ ଯୋଜନା କଲେଣି । ଯାହାକି ସମ୍ପୂର୍ଣ୍ଣ ଭାବେ ଏକ ନିର୍ବାଚନୀ ଧୂଆଁବାଣ ବୋଲି କଂଗ୍ରେସ କହିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କ ପାଇଁ ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଆଗାମୀ ୨ ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାରକୁ ୧୦୪୦କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଠିକ ୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ। ଏଥିରେ ୭୫ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ସରକାର ଏହି ଯୋଜନାରେ ୪୨ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ଯୋଜନାରେ ଅନେକ ଦୂରୁପଯୋଗ ହେଲା ଓ ଅଯୋଗ୍ୟ ଲୋକମାନେ ଏହାର ହିତାଧିକାରୀ ହେଲେ। ପରେ ରାଜ୍ୟ ସରକାର ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ପିଏମକିଷାନ ସହ ମିଶାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ମାତ୍ର ୪ ହଜାର ଟଙ୍କା ପ୍ରଦାନ କଲେ।

ଏବେ ‘ବଳିଆ’ ଯୋଜନା ନାଁରେ ଭୂମିହୀନ ଚାଷୀମାନଙ୍କର ୫ଜଣିଆ ଗୋଷ୍ଠୀ କରି ଯେଉଁ ଋଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ସୁଦ୍ଧା ଓଡ଼ିଶାରେ ଭାଗଚାଷୀ ଚିହ୍ନଟ ପ୍ରକ୍ରିୟା ହୋଇପାରି ନାହିଁ। ସେମାନଙ୍କୁ ଋଣ ପ୍ରଦାନ କରିବାପାଇଁ ଜମିମାଲିକମାନେ ସେମାନଙ୍କୁ ଅଧିକୃତ ଭାଗଚାଷୀ ଭାବରେ ବିଧିବଦ୍ଧ ସ୍ୱୀକୃତି ଦେବେ ତ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

ସେହିପରି ଏବେସୁଦ୍ଧା ଓଡ଼ିଶାରେ ୪ଲକ୍ଷ ୨୭ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି। ସରକାରଙ୍କ ‘କାଳିଆ’ ଯୋଜନା ପରେ ‘ବଳିଆ’ ଯୋଜନା କଲେ। ଏହାପରେ ଭଉଣୀମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ଆଣନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସରକାର ଯଦି ପ୍ରକୃତରେ କୃଷି ଓ କୃଷକର ଉନ୍ନତି ଚାହୁଁଛନ୍ତି ତେବେ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଏପରି ଧୂଆଁବାଣ ନକରି ବାସ୍ତବ ରୂପରେଖ ସହ ଯୋଜନା ପ୍ରସ୍ତୁତ କରିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos