Advertisment

ରାଜନେତାଙ୍କୁ ‘କୁକୁର’ କହିଥିବା ତୃତୀୟ ମହଲା ବାବୁ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ ରଖୁଥିବା ତଥ୍ୟ ଏବଂ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବା ସହ ୧୦ଟି ପ୍ରଶ୍ନ ପଚାରିଛି। ରାଜନେତାମାନଙ୍କୁ ‘କୁକୁର’ ବୋଲି ତୃତୀୟ ମହଲାର କେଉଁ ଅଫିସର କହିଥିଲେ? ପ୍ରଦୀପ ପାଣିଗ୍ରାହୀ ଚିଠି ଲେଖି ଜଣାଇବାପରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଇଛନ୍ତି? ତାକୁ ସାର୍ବଜନୀନ କରାଯାଉ […]

ଅଦ୍ୟତନ ହୋଇଛି
ରାଜନେତାଙ୍କୁ ‘କୁକୁର’ କହିଥିବା ତୃତୀୟ ମହଲା ବାବୁ କିଏ?

pradeep

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ ରଖୁଥିବା ତଥ୍ୟ ଏବଂ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବା ସହ ୧୦ଟି ପ୍ରଶ୍ନ ପଚାରିଛି। ରାଜନେତାମାନଙ୍କୁ ‘କୁକୁର’ ବୋଲି ତୃତୀୟ ମହଲାର କେଉଁ ଅଫିସର କହିଥିଲେ? ପ୍ରଦୀପ ପାଣିଗ୍ରାହୀ ଚିଠି ଲେଖି ଜଣାଇବାପରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଇଛନ୍ତି? ତାକୁ ସାର୍ବଜନୀନ କରାଯାଉ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ପ୍ରଶ୍ନଗୁଡ଼ିକର ଉତ୍ତର ନିଜେ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଦଳ କହିଛି।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ତୃତୀୟ ମହଲାରେ ଜଣେ ବାବୁ ରାଜନେତାମାନଙ୍କୁ “ଆପଣମାନେ କୁକୁର” ବୋଲି କହିଛନ୍ତି। ଏକଥା ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ। ଜଣେ ସରକାରୀ ଅଫିସର କିଭଳି ଭାବେ ରାଜନେତାମାନଙ୍କୁ ‘କୁକୁର’ ବୋଲି ସମ୍ବୋଧନ କଲେ ଓ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ତାହା ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ଜଣାନ୍ତୁ ବୋଲି କଂଗ୍ରେସ ଚାହୁଁଛି।

ବିଜେଡି ଗଠନବେଳେ ‘ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା’ର ସଂକଳ୍ପ ନିଆଯାଇଥିଲା। ଏହା ଓଡ଼ିଶାର ସ୍ୱାଭିମାନକୁ ଆଘାତ ଦେଇଛି। ରାଜନୀତି ହେଉଛି, ଗଣତନ୍ତ୍ରର ମୂଳମନ୍ତ୍ର। ତେଣୁ ରାଜନୀତି ଓ ରାଜନୀତିକ ବ୍ୟକ୍ତିବିଶେଷ କିଭଳି କୁକୁର ବୋଲି ଆପଣଙ୍କ ଅନୁଗୃହୀତ ସରକାରୀ କର୍ମଚାରୀ କହିପାରିଲେ? ଏ ସରକାରୀ କର୍ମଚାରୀ ରାଜ୍ୟ ରାଜକୋଷରୁ ଦରମା ପାଆନ୍ତି ନା ବିଜେଡି ତାଙ୍କୁ ଦରମା ଦିଏ ତାହା ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ଅବଗତ କରାନ୍ତୁ। ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶାର କିଛି ଅଫିସର ଏବେ ବିଜେଡି ସଦସ୍ୟ ହୋଇ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଏହା ରାଜନୀତିକ ପ୍ରକ୍ରିୟାରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରିବ। ତେଣୁ ପ୍ରଦୀପ ପାଣିଗ୍ରାହୀ ଏନେଇ ଲେଖିଥିବା ଚିଠିକୁ ତୁରନ୍ତ ଗଣମାଧ୍ୟମ ସମ୍ମୁଖରେ ସାର୍ବଜନୀନ କରନ୍ତୁ ଏବଂ ଶ୍ରୀ ପାଣିଗ୍ରାହୀ ମଧ୍ୟ ତୃତୀୟ ମହଲାର ଏହି ବାବୁଙ୍କ ନାମ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି। ଏହାସହିତ କଂଗ୍ରେସ ଅନ୍ୟ ୯ଟି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ତାଙ୍କଠୁ ଉତ୍ତର ଚାହିଁଛିି।

Advertisment

ଅଧିକ ପଢନ୍ତୁ : ପଦାରେ ପଡ଼ିଲା ମୋଦି ସରକାରର ଦୋମୁହାଁ ନୀତି !

ପ୍ରଶ୍ନ ୨ - ୨୦୦୬ ବ୍ରହ୍ମପୁର ମଦମୃତ୍ୟୁ ଘଟଣାରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କ ଥିବା ସନ୍ଦେହ କରି ତାଙ୍କୁ ବିଜେଡି ତରଫରୁ କୈଫିୟତ ମଗାଯାଇଥିଲା କି ନାହିଁ ଏବଂ ସେତେବେଳେ ତାଙ୍କ ବିରୁଦ୍ଧରେ ଯେଉଁ ଗୁଇନ୍ଦା ରିପୋର୍ଟ ଆସିଥିଲା ତାକୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବେ କି? ପ୍ରଦୀପ ପାଣିଗ୍ରାହୀ ତାଙ୍କର ପକ୍ଷରେ କେଉଁ ଉତ୍ତର ରଖିଲେ ଯେ ସେତେବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ପୁରସ୍କୃତ କରାଗଲା। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କର ବିଧାନସଭାର ପ୍ରତିନିଧି ସହ ପରବର୍ତ୍ତୀ ଅବସ୍ଥାରେ ଉଚ୍ଚଶିକ୍ଷା ମନ୍ତ୍ରୀ କରାଗଲା ?

ପ୍ରଶ୍ନ ୩– ଶ୍ରୀ ପାଣିଗ୍ରାହୀଙ୍କ ବାବଦରେ ଅଭିଯୋଗ ଆସିଛି ଯେ ସେ ଗଞ୍ଜାମ ଜିଲ୍ଲାର ୮୦ ଜଣ ମଦ ମାଫିଆଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ପାଖରୁ ପ୍ରଚୁର ଅର୍ଥ ସଂଗ୍ରହ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ସେ ସମ୍ପର୍କ ରଖିଥିଲେ କି? ମଦ ମାଫିଆଙ୍କ ପାଖରୁ ଚାନ୍ଦା ଆଦାୟ ହେଉଥିବାର ଗୁଇନ୍ଦା ବିଭାଗର କିଛି ତଥ୍ୟ ଆସିଥିଲା କି ନାହିଁ? ଯଦି ଆସିନାହିଁ ଏ ରାଜ୍ୟର ଗୃହମନ୍ତ୍ରୀ ଭାବେ ଗୁଇନ୍ଦା ବିଭାଗ କିଭଳି କାର୍ଯ୍ୟ କରୁଛି, ତା’ର ଉତ୍ତରଦାୟିତ୍ୱ ନେବେ କି?

ପ୍ରଶ୍ନ ୪– ଗତ କିଛିଦିନ ତଳେ ଶ୍ରୀ ପାଣିଗ୍ରାହୀଙ୍କ ଝିଅ ବାହାଘର ପାଇଁ ଉଭୟ ପାଣିଗ୍ରାହୀ ଓ ପାଠକ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆର୍ଶୀବାଦ ଲୋଡ଼ିଥିଲା। ସେ ସମୟରେ ଉଭୟଙ୍କ କଳା କାରନାମାର ସଂପୃକ୍ତି ମୁଖ୍ୟମନ୍ତ୍ରୀ ଜାଣିଥିଲେ କି ନାହିଁ?

ପ୍ରଶ୍ନ ୫ - ଯଦି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟିବାର ଅଧିକାର ମନ୍ତ୍ରୀ ଓ ବିଧାୟକଙ୍କର ନାହିଁ , ତା’ହେଲେ ପାଠକ ପରିବାର କିଭଳି ଓ କାହା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାହା ସର୍ବସାଧାରଣରେ ଜାଣିବା ଜରୁରୀ।

ପ୍ରଶ୍ନ ୬- କୋଟି କୋଟି ଟଙ୍କା ଠକିଥିବା ଆକାଶ ପାଠକ ୫ ଲକ୍ଷ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି, କାହା ନିର୍ଦ୍ଦେଶ ଓ ଅନୁମତିରେ ପାଠକଙ୍କୁ ଅନୁମତି ମିଳିଲା ଓ ସେ ୫ଲକ୍ଷ ଟଙ୍କା କେଉଁଠି ଆଣିଲେ ତା’ର ଖୋଳତାଡ଼ କିପରି ଗୁଇନ୍ଦା ବିଭାଗ କରିନଥିଲା? ଜଣେ ଚୋର ଯଦି ତା’ର ଧନ କାହାକୁ ଦାନ କରେ ବା କାହା ପାଖରେ ଆଣି ରଖେ, ତାହେଲେ ସେ ବ୍ୟକ୍ତି ଆଇନର ପରିସରଭୁକ୍ତ ହେବେ କି ନାହିଁ?

ପ୍ରଶ୍ନ ୭- ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଅଭୟକାନ୍ତ ପାଠକ କିଭଳି ରହିଥିଲେ ଓ ଏଭଳି ମୋଟ ୧୦ଟି ପ୍ରଶ୍ନ ପଚାରି କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଜବାବ ଲୋଡ଼ିଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ରଜନୀ ମହାନ୍ତି, ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

BjD Bjd Leader Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe