ଅରୁଣଙ୍କ ନଥି ଖୋଲିଲେ ସାଲୁଜା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଅରୁଣ ସାହୁଙ୍କ ପୁରୁଣା ପେଡି ଖୋଲିଲେ କଂଗ୍ରସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସର୍ବ ସମ୍ମୁଖରେ ଅରୁଣଙ୍କ ନଥି ଖୋଲି ତାଙ୍କୁ ସିଧାସାଳଖ ଟାର୍ଗେଟ କରିଛନ୍ତି ଏହି କଂଗ୍ରେସ ବିଧାୟକ । ତାଙ୍କ ନାଁରେ ତିନୋଟି ବଡ ଅଭିଯୋଗ ଆଣି ଅରୁଣଙ୍କ ଇସ୍ତଫା ଦାବି କରିଛନ୍ତି ସାଲୁଜା । ସେ କହିଛନ୍ତ, “ଅରୁଣ ସାହୁଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହଉଛି । ତାଙ୍କ ସରକାରୀ ବାସ ଭବନରେ ଛବି ବୋଲି […]

saluja

Madhupriya Mistry
  • Published: Thursday, 26 November 2020
  • , Updated: 26 November 2020, 05:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଅରୁଣ ସାହୁଙ୍କ ପୁରୁଣା ପେଡି ଖୋଲିଲେ କଂଗ୍ରସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସର୍ବ ସମ୍ମୁଖରେ ଅରୁଣଙ୍କ ନଥି ଖୋଲି ତାଙ୍କୁ ସିଧାସାଳଖ ଟାର୍ଗେଟ କରିଛନ୍ତି ଏହି କଂଗ୍ରେସ ବିଧାୟକ । ତାଙ୍କ ନାଁରେ ତିନୋଟି ବଡ ଅଭିଯୋଗ ଆଣି ଅରୁଣଙ୍କ ଇସ୍ତଫା ଦାବି କରିଛନ୍ତି ସାଲୁଜା ।

ସେ କହିଛନ୍ତ, “ଅରୁଣ ସାହୁଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହଉଛି । ତାଙ୍କ ସରକାରୀ ବାସ ଭବନରେ ଛବି ବୋଲି ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ଏହି ଘଟଣାର ସଠିକ ତଦନ୍ତ ହଲେନି । ଘଟଣାକୁ ଘୋଡାଇ ଦିଆଗଲା ।”

ଦ୍ୱିତୀୟରେ ବମିଖାଲଠୁ ଧରି ସମ୍ୱଲପୁର ପର୍ଯ୍ୟନ୍ତ ପଣ୍ଡା କନଷ୍ଟ୍ରକସନ ଦ୍ୱାରା ତିଆରି ହୋଇଥିବା ଯେତିକି ବ୍ରିଜ ଭୁଶୁଡିଥିଲା । ସେଥିରେ ମଧ୍ୟ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ସାଲୁଜା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ବି ଚାପି ଦିଆଗଲା ବୋଲି ସେ କହିଛନ୍ତି।

ତୃତୀୟରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ଘଟଣାରେ ତଦନ୍ତ ପାଇଁ ଯେଉଁ ସମୟରେ ଅଫିସରମାନ ମନ୍ତ୍ରୀଙ୍କ ଘରକୁ ଯାଇଥିଲେ ସେ ତାଙ୍କ ରିପୋର୍ଟକୁ ଚିରି ଦେଇଥିଲେ । କ୍ରାଇମବ୍ରାଞ୍ଚର ଅଫିସରମାନ ମଧ୍ୟ ମନ୍ତ୍ରୀଙ୍କୁ ଭୟ କରି କାହାକୁ ଅଭିଯୋଗ କରି ନଥିଲେ । ମନ୍ତ୍ରୀ ଥାଇ ମନ୍ତ୍ରୀ ଯଦି କ୍ରାଇମବ୍ରାଞ୍ଚର ରିପୋର୍ଟ ଚିରି ଦିଅନ୍ତି,  ତା’ହେଲେ ଆମେ କେମିତି କ୍ରାଇମବ୍ରାଞ୍ଚର ତଦନ୍ତକୁ ବିଶ୍ୱାସ କରିବୁ ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି । ଏଥିପାଇଁ ପରୀ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତାର ତଦନ୍ତ କରୁ ।

ଗତକାଲି ଯେଉଁ ଭିଡିଓ ଭାଇରାଲ ହେଉଛି ତାର ମଧ୍ୟ ଶୀଘ୍ର ତଦନ୍ତ କରାଯାଉ ।  ବୁଧବାର ବିଧାନସଭାରାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିରେ ବିରୋଧୀ ଦଳର ବିଧାୟକମାନ ସନ୍ତୁଷ୍ଟ ନାହାନ୍ତି । ଯଦି ଅଭିଯୋଗ ପ୍ରମାଣିତ ହୁଏ,  ତା’ହେଲେ ତୁରନ୍ତ ମନ୍ତ୍ରୀ ଅରୁଣଙ୍କୁ ଗିରଫ କରାଯାଉ ବୋଲି ଏହି କଂଗ୍ରେସ ବିଧାୟକ ଦାବି କରିଛନ୍ତି ।

ପରୀ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭାରେ ପ୍ରବଳ ହୋହଲ୍ଲା ହୋଇଥିଲା। ଏହି ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଉଠିଥିବା ବେଳେ ତାଙ୍କ ଇସ୍ତଫା ଦାବିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ହଙ୍ଗାମା କରିଥିଲେ । ପରୀର ଅଭିଭାବକ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଭିଯୋଗ ଆଣିଥିବା ଯୋଗୁଁ  ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ।

 

ଆଗକୁ ପଢ଼ନ୍ତୁ : ୨୬/୧୧ ବର୍ଷପୂର୍ତ୍ତିରେ ଆତଙ୍କୀ ହମଲା, ୨ ଯବାନ ସହିଦ୍

 

Related story