‘ମୋଦି ଚାହା ଫେଣ୍ଟି ଦେଉଥିଲେ, ଚାଷ ବିଷୟରେ କେମିତି ଜାଣିବେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନରେନ୍ଦ୍ର ମୋଦିଙ୍କର ଚାଷ ବିଷୟରେ ଜ୍ଞାନ ନାହିଁ। କାରଣ ସେ ଚାହା ଫେଣ୍ଟି ଦେଉଥିଲେ। ଚାଷ ବିଷୟରେ ସେ କେମିତି ଜାଣିବେ? କେବେ ହଳ ହେବ? କେବେ ବିହନ ପଡ଼ିବ? କେତେବେଳେ ପାଣି ମଡ଼ାଯିବ? କେତେବେଳେ ବେଉଷଣ ହେବ? ସେ ବିଷୟରେ ସେ(ମୋଦି) କଣ ଜାଣିଛନ୍ତି? କେବେଳ ଚିନି ପକାଇ ଚାହା ଘାଣ୍ଟି ଦେବା ଲୋକ। ଭାଗ୍ୟବଳରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେଣୁ ତୁରନ୍ତ କୃଷି ବିଲ୍‌କୁ ଫେରସ୍ତ କରୁନ୍ତୁ।” କଂଗ୍ରେସର ବରିଷ୍ଠ ବିଧାୟକ […]

sura

Manoranjan Sial
  • Published: Thursday, 07 January 2021
  • , Updated: 07 January 2021, 05:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନରେନ୍ଦ୍ର ମୋଦିଙ୍କର ଚାଷ ବିଷୟରେ ଜ୍ଞାନ ନାହିଁ। କାରଣ ସେ ଚାହା ଫେଣ୍ଟି ଦେଉଥିଲେ। ଚାଷ ବିଷୟରେ ସେ କେମିତି ଜାଣିବେ? କେବେ ହଳ ହେବ? କେବେ ବିହନ ପଡ଼ିବ? କେତେବେଳେ ପାଣି ମଡ଼ାଯିବ? କେତେବେଳେ ବେଉଷଣ ହେବ? ସେ ବିଷୟରେ ସେ(ମୋଦି) କଣ ଜାଣିଛନ୍ତି? କେବେଳ ଚିନି ପକାଇ ଚାହା ଘାଣ୍ଟି ଦେବା ଲୋକ। ଭାଗ୍ୟବଳରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେଣୁ ତୁରନ୍ତ କୃଷି ବିଲ୍‌କୁ ଫେରସ୍ତ କରୁନ୍ତୁ।” କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଆଜି ଏହା କହିଛନ୍ତି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ‘ଅନ୍ନପୂର୍ଣ୍ଣା’ ଯୋଜନାକୁ ସମାଲୋଚନା କରିଛନ୍ତି ସୁର ଭାଇ। ସେ କହିଛନ୍ତି-“ଅପରାଜିତା କଣ ଅନ୍ନପୂର୍ଣ୍ଣା କରିବେ? ତାଙ୍କର ଅନ୍ନପୂର୍ଣ୍ଣା ଉପରେ କଣ ଜ୍ଞାନ ଅଛି? କରିବ ତ ନରେନ୍ଦ୍ର ମୋଦି କରିବ, ନହେଲେ ନବୀନ ପଟ୍ଟନାୟକ କରିବ। ଆମେ ଏମ୍‌ଏଲ୍‌ଏ ଓ ଏମ୍‌ପି କି ଯୋଜନା କରିବା? ଆମେ କେବଳ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା। ଅନ୍ନପୂର୍ଣ୍ଣା ଯୋଜନା ପାଇଁ ଅର୍ଥ ଆସିବ କେଉଁଠୁ? ଯଦି ତାଙ୍କ ପାଖରେ ଅର୍ଥ ଅଛି ଓ ଗରିବାଙ୍କ ଭୋକ ମେଣ୍ଟାଇବା ପାଇଁ ଅନ୍ନପୂର୍ଣ୍ଣା ଯୋଜନା କରୁଛନ୍ତି, ତାହାହେଲେ ସ୍ୱାଗତ। ଆମେ ତାଙ୍କୁ ସାହାଯ୍ୟ କରିବୁ।”

Related story