ଚତୁର୍ଥ ଦିନ ବି ବିଧାନସଭା ଅଚଳ: ବାହାରିପାରୁନି ସମାଧାନ, ଉଦ୍ୟମ ବି ହେଉନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ବି ଚତୁର୍ଥ ଦିନ ପାଇଁ ଗୃହ ଚାଲିପାରିନି। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାଦିନଠୁ କ୍ରମାଗତ ଭାବେ ଆଜି ଚତୁର୍ଥ ଦିନ ନିମନ୍ତେ ଗୃହ କାର୍ଯ୍ୟ ଅଚଳ ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁନି କିମ୍ବା ଗୃହକୁ ସୁରୁଖୁରୁରେ ଚଳାଇବା ନିମନ୍ତେ ଶାସକ ଦଳ ପକ୍ଷରୁ ଉଦ୍ୟମ ମଧ୍ୟ ହେଉନଥିବା ଜଣାପଡ଼ିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଗୃହରେ କୌଣସି କାର୍ଯ୍ୟ ସମ୍ଭବପର […]

odisha-assamble

odisha-assamble

Ordigital Desk
  • Published: Saturday, 04 December 2021
  • Updated: 04 December 2021, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ବି ଚତୁର୍ଥ ଦିନ ପାଇଁ ଗୃହ ଚାଲିପାରିନି। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାଦିନଠୁ କ୍ରମାଗତ ଭାବେ ଆଜି ଚତୁର୍ଥ ଦିନ ନିମନ୍ତେ ଗୃହ କାର୍ଯ୍ୟ ଅଚଳ ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁନି କିମ୍ବା ଗୃହକୁ ସୁରୁଖୁରୁରେ ଚଳାଇବା ନିମନ୍ତେ ଶାସକ ଦଳ ପକ୍ଷରୁ ଉଦ୍ୟମ ମଧ୍ୟ ହେଉନଥିବା ଜଣାପଡ଼ିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇପାରିନି।

ଆଜି ପୂର୍ବାହ୍ନରେ ବିଧାନସଭା ଆରମ୍ଭ ହେବାମାତ୍ରେ କଂଗ୍ରେସ ପକ୍ଷରୁ ଗୃହ ଭିତରେ ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିଲା। ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପୂଜାରୀ ବେଶଧାରଣ କରି ଗୃହ ଭିତରେ ଗଙ୍ଗା ଜଳ ଛିଂଚିବା ସହ ଅନ୍ୟ ସଦସ୍ୟମାନେ ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଥିବାବେଳେ ବିଜେପି ବିଧାୟକମାନେ ମଧ୍ୟ ଗୃହର ମଧ୍ୟଭାଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ତେବେ ମାତ୍ର ୨ମିନିଟ୍ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ସେହିପରି ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ହଟ୍ଟଗୋଳ ଜାରି ରହିବାରୁ ଗୋଟିଏ ମିନିଟ୍ ଭିତରେ ଗୃହକୁ ବାଚସ୍ପତି ସୋମବାର ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଗୃହରେ ଅଚଳାବସ୍ଥା ଲାଗି ରହିବାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଗୃହର ନେତା ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସୁନାହାନ୍ତି। ବିରୋଧୀ ଦଳ ପକ୍ଷରୁ ଦିଆଯାଉଥିବା ମୋସନ ଓ ମୁଲତବୀ ନୋଟିସ ଉପରେ ଆଲୋଚନା ମଧ୍ୟ ହେଉନାହିଁ । ଚାରିଦିନ ପରେ ବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକୁନାହାନ୍ତି। ଗୃହରେ ହୋ-ହାଲ୍ଲା ହେଲେ ବାଚସ୍ପତି ଗୃହକୁ ସଙ୍ଗେସଙ୍ଗେ ବନ୍ଦ କରିଦେଉଛନ୍ତି।

ସେହିପରି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ସରକାର ଯଦି ତୁରନ୍ତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବହିଷ୍କାର ନକରିବେ କିମ୍ବା ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ନକରିବେ ତା’ହେଲେ ଆସନ୍ତା ସୋମବାର ବିଧାନସଭାରେ ସୁପରସାଇକ୍ଲୋନ ଆସିବ। ଏହି ପ୍ରତିବାଦ ଆଗକୁ ଜୋରଦାର କରାଯିବ ବୋଲି ବିଜେପି ସ୍ପଷ୍ଟ କରିଛି।

ଉଲ୍ଲେଖଯୋଗ୍ୟ,ବିଧାନସଭା ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନାର ସୁଯୋଗ ରହିଥିବାବେଳେ ବିରୋଧୀ ଓ ଶାସକ ଦଳର ଛକାପଞ୍ଝା ଯୋଗୁ ଗୃହ ୪ଦିନ ଧରି ଅଚଳ ହୋଇଛି। ଗୃହକୁ ସ୍ୱାଭାବିକ କରିବା ନିମନ୍ତେ ଶାସକ ଦଳ ପକ୍ଷରୁ ଆନ୍ତରିକ ଉଦ୍ୟମ ମଧ୍ୟ ହେଉନାହିଁ । କିମ୍ବା ବିରୋଧୀଙ୍କୁ ମନାଇ ଗୃହ କାର୍ଯ୍ୟକୁ ଆଗେଇ ନେବା ସମ୍ଭବପର ହୋଇପାରିନି । ବିଧାନସଭା ଅଧିବେଶନ ଯୋଗୁ ସବୁ ଖର୍ଚ୍ଚକୁ ମିଶାଇଲେ ରାଜ୍ୟ ରାଜକୋଷରୁ ଦୈନିକ ପ୍ରାୟ ୭୦ରୁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏଥିପ୍ରତି ଉଭୟ ବିରୋଧୀ କିମ୍ବା ଶାସକ ଦଳ ସାମାନ୍ୟ ଦୃଷ୍ଟି ଦେଉନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story