ଛାତ୍ର କଂଗ୍ରେସର ହଲ୍ଲାବୋଲ, କଂଗ୍ରେସ ଭବନରେ ପଶି ପିଟିଲା ପୁଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାକୁ ନେଇ ଥମିବା ନାଁ ଧରୁନି ଝଡ଼।  ଗୋଟିଏ ପଟେ ୧୦ ଦିନ ହେଲାଣି ଗୃହ ସ୍ୱାଭାବିକ ହୋଇପାରୁ ନ ଥିବା ବେଳେ ରାସ୍ତା ଉପରେ ବି ଗର୍ଜୁଛନ୍ତି ବିରୋଧୀ। ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗତକାଲି ଯୁବ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଥିବା ବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ହଲ୍ଲାବୋଲ ଡାକରା। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର କଂଗ୍ରେସର ଶତାଧୀକ କର୍ମୀ ବିଧାନସଭା […]

Congress

Niharika Rout
  • Published: Friday, 10 December 2021
  • , Updated: 10 December 2021, 05:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାକୁ ନେଇ ଥମିବା ନାଁ ଧରୁନି ଝଡ଼।  ଗୋଟିଏ ପଟେ ୧୦ ଦିନ ହେଲାଣି ଗୃହ ସ୍ୱାଭାବିକ ହୋଇପାରୁ ନ ଥିବା ବେଳେ ରାସ୍ତା ଉପରେ ବି ଗର୍ଜୁଛନ୍ତି ବିରୋଧୀ। ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗତକାଲି ଯୁବ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଥିବା ବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ହଲ୍ଲାବୋଲ ଡାକରା।

ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର କଂଗ୍ରେସର ଶତାଧୀକ କର୍ମୀ ବିଧାନସଭା ମୁହାଁ ହେଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ତେଣୁ ଉଭୟ ପକ୍ଷରେ ମଧ୍ୟରେ ବେଶ୍ କିଛି ସମୟ ଧରି ଠେଲାପେଲା ହୋଇଥିଲା। ଛାତ୍ର କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ୍ ଲାଠିଚାର୍ଜ କରିଥିଲା। ଗୋଡ଼ାଇ ଗୋଡ଼ାଇ ପୁଲିସ୍ ସେମାନଙ୍କୁ ପିଟିଥିଲା। ଏମିତିକି ମାଡ଼ ଭୟରେ କଂଗ୍ରେସ ଭବନ ଭିତରେ ପଶି ଯାଇଥିବା କର୍ମୀମାନଙ୍କୁ ବି ପୁଲିସ୍ ପିଟିଥିବା ଅଭିଯୋଗ ହୋଇଛି। ପୁଲିସ୍ ମାଡ଼ରେ ଅନେକ କର୍ମୀଙ୍କୁ ଆଘାତ ଲାଗିଛି। କିଛି ଜଣଙ୍କ ମୁଣ୍ଡ ବି ଫାଟିଛି। ପୁଲିସ୍‌ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। 

ମମିତା ମେହରକୁ ନ୍ୟାୟ ଦେବାକୁ ଦାବି କରି ଗୃହ ରାଜ୍ୟ ମନ୍ତ୍ରୀଙ୍କ ବହିଷ୍କାର ନିମନ୍ତେ ଆଜି ଛାତ୍ର କଂଗ୍ରେସ ହଲ୍ଲାବୋଲ ଡାକରା ଦେଇଥିଲା। ଶତାଧିକ ସଂଖ୍ୟାରେ ଛାତ୍ର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିଧାନସଭା ମୁହାଁ ହୋଇଥିଲେ।  ସେମାନେ ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲି ଯାଇଥିଲେ।

[caption id="attachment_698014" align="aligncenter" width="650"] ବିଧାନସଭା ଘେରାଉ କରିବାକୁ ଯାଉଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇଛି ପୁଲିସ୍ (ଫଟୋ- ରାକେଶ ରାଉଳ)[/caption]

ପୁଲିସ୍‌ ଉପରକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ୍‌। ପୁଲିସ୍‌ର ଦମନଲୀଳାରେ ବହୁ କଂଗ୍ରେସ କର୍ମୀ  ଆହତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି କେତେକ ମହିଳା କଂଗ୍ରେସ କର୍ମୀଙ୍କ ଉପରେ ମଧ୍ୟ ଲାଠି ମାଡ଼ ହୋଇଥିବା ଜଣାଯାଇଛି। ପୁଲିସ୍‌ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି  ହୋଇଥିବା ବେଳେ କିଛି କର୍ମୀଙ୍କୁ ଗିରଫ କରାଯାଇଛି। ନବୀନଙ୍କ ନିର୍ଦ୍ଦେଶରେ କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ପିଟିଥିବା ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି।

[caption id="attachment_698016" align="aligncenter" width="650"] ପୁଲିସ୍‌ ଗାଡ଼ିରେ ଆନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିବା ଡିସିପି କହିଛନ୍ତି (ଫଟୋ- ରାକେଶ ରାଉଳ)[/caption]

ଅନ୍ୟପକ୍ଷରେ କଂଗ୍ରେସ ଉପରେ ଓଲଟା ଅଭିଯୋଗ ଆଣିଛନ୍ତି  ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ପୁଲିସ୍‌ ଉପରକୁ ପ୍ରବଳ ପଥର, ଟମାଟୋ ଓ ଅଣ୍ଡା ମାଡ଼ ହୋଇଛି।  ଏହାସତ୍ତ୍ୱେ ପୁଲିସ୍‌ କର୍ମଚାରୀ ନିର୍ଭିକତାର ସହ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଛନ୍ତି।  ଏହାବାଦ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ କଂଗ୍ରେସ କର୍ମୀ। ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଠାବ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଡିସିପିଙ୍କ କଥାକୁ ଖଣ୍ଡନ କରି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, କଂଗ୍ରେସ କର୍ମୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲା। ଏହାକୁ ଭଣ୍ଡୁର ପାଇଁ ପୁଲିସ୍‌ ଚକ୍ରାନ୍ତ କରି ଏପରି ଦମନଲୀଳା ଚଳାଇଛି। କୌଣସି କଂଗ୍ରେସ କର୍ମୀ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇବାକୁ ଚେଷ୍ଟା କରି ନାହାନ୍ତି। ବିଜେଡି ଗୁଣ୍ଡାଙ୍କ ସହାୟତାରେ ପୁଲିସ୍‌ ଏପରି ଚକ୍ରାନ୍ତ କରିଛି।

[caption id="attachment_698017" align="aligncenter" width="650"] ପୁଲିସ୍ ମାଡ଼ରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟି ଥିବା ଅଭିଯୋଗ ହୋଇଛି (ଫଟୋ- ରାକେଶ ରାଉଳ)[/caption]

ପ୍ରତିବାଦରେ ଶତାଧୀକ କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନଠାରେ ରାସ୍ତା ଅବରୋଧ କରିଛନ୍ତି  । କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଥିବା ପୁଲିସ୍‌ କର୍ମଚାରୀ ଗିରଫ ନ ହେବା ଯାଏ ଆନ୍ଦୋଳନ ସ୍ଥଳରୁ ଉଠିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି। ଏଥିସହ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବି ଚେତାବନୀ ଦେଇଛନ୍ତି। 

Related story