କଂଗ୍ରେସରୁ ଇସ୍ତଫା ଦେଲେ ସୋନାଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁମିତ୍ରା ଜେନାଙ୍କ ପରେ ଆଉ ଜଣେ କଂଗ୍ରେସ ନେତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ନିର୍ବାଚନ ବେଳେ ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିଥିବା କୁହାଯାଉଛି। ସୋନାଲି ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳୀୟ ନେତୃତ୍ୱଙ୍କ ନିଷ୍କ୍ରିୟତାକୁ ଦାୟୀ କରି ସେ ଦଳ ଛାଡୁଥିବା ଇସ୍ତଫାପତ୍ରରେ ଉଲ୍ଲେଖ […]

sonali

sonali

Rajalaxmi Sahu
  • Published: Thursday, 11 April 2019
  • Updated: 11 April 2019, 02:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁମିତ୍ରା ଜେନାଙ୍କ ପରେ ଆଉ ଜଣେ କଂଗ୍ରେସ ନେତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ନିର୍ବାଚନ ବେଳେ ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିଥିବା କୁହାଯାଉଛି।

ସୋନାଲି ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳୀୟ ନେତୃତ୍ୱଙ୍କ ନିଷ୍କ୍ରିୟତାକୁ ଦାୟୀ କରି ସେ ଦଳ ଛାଡୁଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

କଂଗ୍ରେସରୁ ଇସ୍ତଫା ଦେବା ପରେ ସୋନାଲି କହିଛନ୍ତି,“ନିରଞ୍ଜନ ନୁହନ୍ତି, ତାଙ୍କ ପୁଅ ପ୍ରକୃତ ପିସିସି ସଭାପତି। ତାଙ୍କ ପୁଅ ପାଖରେ ମୁଣ୍ଡ ନୁଆଁଇଲେ ସବୁ ସୁବିଧା ମିଳେ। ତେବେ ସ୍ୱାଭିମାନ ଥିବା ଲୋକ ସେ କାମ କରିବେ ନାହିଁ। ମହିଳା କଂଗ୍ରେସ ସଭାନେତ୍ରୀ ପାଇଁ ଦାବିଦାର ଥିଲି, ହେଲେ କିଛି ମିଳିଲା ନାହିଁ। ଟିକେଟ୍‌ ବଣ୍ଟନ ନେଇ ନିରଞ୍ଜନ ଯେତିକି ଦାୟୀ ନରସିଂହ ମିଶ୍ର ମଧ୍ୟ ସେତିକି ଦାୟୀ’।

କୁହାଯାଉଛି, ସୋନାଲି ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା।

ଦଳୀୟ ଟିକେଟ୍‌ରୁ ବଞ୍ଚିତ ହେବା ପରେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଏପ୍ରିଲ୍‌ ୯ ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ। କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୂରୁଣୁ ସେ ବିଜେଡିରେ ଯୋଗ ଦେଇଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା; କହିଲେ-ନିରଞ୍ଜନ ମଦ ଦୋକାନୀ ଓ ସୁନ୍ଦରୀଙ୍କୁ ଦେଖି ଟିକେଟ ଦେଇଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos