ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ପୁଣି ଯୋଡ଼ା ଶିଶୁ ଜନ୍ମ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ ହୋଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଜମଜ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡ଼ି ରହିଛି। ଶିଶୁ କନ୍ୟା ଦୁହିଁଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ଶିଶୁଭବନ ପଠାଯାଇଛି।
ପର୍ଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରା ଏବଂ ରେଣୁବାଳା ବେହେରାଙ୍କ ଏହା ହେଉଛି ଦ୍ୱିତୀୟ ଗର୍ଭ। ପ୍ରସବ ବେଦନା ପରେ ଆଜି ଉଭୟଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ତେବେ ମେଡିକାଲରେ ଯୋଡ଼ା ଶିଶୁ କନ୍ୟା ଜନ୍ମ ହୋଇଥିଲେ। ଦୁଇ ଶିଶୁଙ୍କର ଓଜନ ସାଢ଼େ ୪ କେଜି ରହିଛି। ଏସ୍ଏନସିୟୁରେ ଭତ୍ତି କରିବା ପରେ ଶିଶୁ ଦୁଇଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପୂର୍ବରୁ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଚର୍ଚ୍ଚାରେ ଥିଲେ। ଦିଲ୍ଲୀ ଏମ୍ସରେ ଉଭୟଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
୩୦ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ ।
Accident
ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ଗଛରେ ପିଟି ହୋଇଗଲା ବାଇକ୍। ଆଉ ଦୁଇ ବାଇକ୍ ଚାଳକଙ୍କ ମଧ୍ୟରୁ ଜଣେ ଆଖି ବୁଜିଥିବା ବେଳେ ଆଉ ଜଣେ ମରଣ ସହ ସଂଘର୍ଷ କରୁଛନ୍ତି।
Science & Environment
୬ ଥିଲା ୧୨ରେ ପହଞ୍ଚିଲା; ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା
୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।
Weather
ଆଜିଠୁ ବଦଳିବ ପାଗ; କମିବ ବର୍ଷା, ବଢ଼ିବ କୁହୁଡି
କମିବ ବର୍ଷା, ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସମ୍ପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?