ବିଜେଡି ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ। ସେ ଜାତିଆଣ ଆକ୍ଷେପ କରି ଜଣେ କାର୍ଯ୍ୟରତ ହୋମ୍‌ଗାର୍ଡଙ୍କୁ ଗାଳି କରିଥିବା ବରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ, ରଞ୍ଜନ କୁମାର ମଲ୍ଲିକ ହେଉଛନ୍ତି ବରୀ ଥାନାର ହୋମ୍‌ଗାର୍ଡ। ଆଜି ସେ ଥାନା ଯିବା ରାସ୍ତାରେ ଛିଡ଼ା ହୋଇଥିଲେ। ଏହି ସମୟରେ ବିଧାୟିକାଙ୍କ ସ୍ୱାମୀ ଓ ତାଙ୍କ ସମର୍ଥକମାନେ ଏକ କାରରେ ଥାନାକୁ […]

constable-has-brought-serious-allegations-against-BJD-MLAs-husband

Manoranjan Sial
  • Published: Thursday, 10 October 2019
  • , Updated: 10 October 2019, 10:48 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ। ସେ ଜାତିଆଣ ଆକ୍ଷେପ କରି ଜଣେ କାର୍ଯ୍ୟରତ ହୋମ୍‌ଗାର୍ଡଙ୍କୁ ଗାଳି କରିଥିବା ବରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ, ରଞ୍ଜନ କୁମାର ମଲ୍ଲିକ ହେଉଛନ୍ତି ବରୀ ଥାନାର ହୋମ୍‌ଗାର୍ଡ। ଆଜି ସେ ଥାନା ଯିବା ରାସ୍ତାରେ ଛିଡ଼ା ହୋଇଥିଲେ। ଏହି ସମୟରେ ବିଧାୟିକାଙ୍କ ସ୍ୱାମୀ ଓ ତାଙ୍କ ସମର୍ଥକମାନେ ଏକ କାରରେ ଥାନାକୁ ଯାଉଥିଲେ। ତେବେ ରାସ୍ତା ପାର୍ଶ୍ୱରେ ଶ୍ରୀ ମଲ୍ଲିକଙ୍କୁ ଦେଖି ସେମାନେ ପୁରୁଣା କଥାକୁ ନେଇ ଯୁକ୍ତିତର୍କ କରିଥିଲେ। ଏଥିସହ ମାଡ଼ ମାରି ଜାତିଆଣା ଆକ୍ଷେପ କରି ଗାଳି ଦେଇଥିବା ରଞ୍ଜନ ଅଭିଯୋଗ କରିଛନ୍ତି। ଏପରିକି ସେ ବରୀ ଥାନାରେ ଦେବେନ୍ଦ୍ର ଦାସ ଓ ତାଙ୍କ ସମର୍ଥକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ଏନେଇ ଦେବେନ୍ଦ୍ର ଦାସଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ କିଛି ଜାଣିନଥିବା କହିଛନ୍ତି। ଅନ୍ୟପକ୍ଷରେ ଏନେଇ ପୁଲିସର କୌଣସି ପ୍ରତିକ୍ରୟା ମିଳିପାରି ନାହିଁ।

Related story