ରାଜଧାନୀ ବାହାରୁ ଶ୍ରମିକଙ୍କୁ ଆଣିବାକୁ ବାରଣ କଲା ବିଏମସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ରାଜ୍ୟରୁ ଆସିଥିବା ୩୪ଜଣ ଶ୍ରମିକ କରୋନା ସଂକ୍ରମିତ ହେବାପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରୁ ଓ ବାହାରୁ ଶ୍ରମିକ ଆଣିବାକୁ ବିଏମସି ଆଜି ବାରଣ କରିଛି। ଏହାସହିତ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ବାହାରୁ ଶ୍ରମିକ ଆଣିବେ, ସେମାନଙ୍କୁ ନିଶ୍ଚିିତ ଭାବେ ୧୪ଦିନ କ୍ୱାରେଣ୍ଟାଇନରେ ରଖିବା ସହ ସେମାନଙ୍କର କୌଣସି ଲକ୍ଷଣ ଦେଖାଦେଲେ ନିଜ ଖର୍ଚ୍ଚରେ କୋଭିଡ୍ ପରୀକ୍ଷା କରାଇବେ […]

migrate

migrate

Manoranjan Sial
  • Published: Friday, 03 July 2020
  • Updated: 03 July 2020, 07:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ରାଜ୍ୟରୁ ଆସିଥିବା ୩୪ଜଣ ଶ୍ରମିକ କରୋନା ସଂକ୍ରମିତ ହେବାପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରୁ ଓ ବାହାରୁ ଶ୍ରମିକ ଆଣିବାକୁ ବିଏମସି ଆଜି ବାରଣ କରିଛି। ଏହାସହିତ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ବାହାରୁ ଶ୍ରମିକ ଆଣିବେ, ସେମାନଙ୍କୁ ନିଶ୍ଚିିତ ଭାବେ ୧୪ଦିନ କ୍ୱାରେଣ୍ଟାଇନରେ ରଖିବା ସହ ସେମାନଙ୍କର କୌଣସି ଲକ୍ଷଣ ଦେଖାଦେଲେ ନିଜ ଖର୍ଚ୍ଚରେ କୋଭିଡ୍ ପରୀକ୍ଷା କରାଇବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଲୋକଙ୍କ ସୁରକ୍ଷା ଓ କରୋନା ସଂକ୍ରମଣକୁ ରୋକିବା ପାଇଁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ହୋଟେଲ ଓ ହସ୍ପିଟାଲିଟି, ଠିକାଦାର (ଉଭୟ ସରକାରୀ ଓ ଘରୋଇ) ଆଦିମାନଙ୍କୁ ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ବିଏମସି ଅଂଚଳକୁ ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ଅବଧି ମଧ୍ୟରେ ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଆଣିଥାନ୍ତି ତା’ହେଲେ ସେମାନେ ଆସିବାର ୧୪ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ଯେଭଳି ରହିବେ ତାହା ସୁନିଶ୍ଚିତ କରାଇବେ। ଯଦି ସେମାନଙ୍କ ମଧ୍ୟରୁ କାହାରି ଦେହରେ ଲକ୍ଷଣ ଦେଖାଯାଏ ତା’ହେଲେ ବ୍ୟବସାୟିକ ସଂସ୍ଥାର ମାଲିକ ନିଜ ଖର୍ଚ୍ଚରେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଇ ବିଏମସିକୁ ଅବଗତ କରାଇବେ। ସେହିପରି ରାଜ୍ୟର ହଟସ୍ପଟ ଜିଲ୍ଲା ପାଲଟିଥିବା ଗଞ୍ଜାମ, ଗଜପତି, ବାଲେଶ୍ୱର, କଟକ ଓ ଯାଜପୁରରୁ ରାଜଧାନୀକୁ ଶ୍ରମିକମାନଙ୍କୁ ଆଣିବାକୁ ମଧ୍ୟ ବିଏମସି କମିଶନର ବାରଣ କରିଛନ୍ତି। ଅଣହଟସ୍ପଟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ନଆଣିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ନିର୍ଦ୍ଦେଶକୁ ଅଣଦେଖା କରନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos