‘ରଣେନ୍ଦ୍ରଙ୍କ ମନ୍ତବ୍ୟ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଉପ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରଣେନ୍ଦ୍ରଙ୍କ ମନ୍ତବ୍ୟକୁ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ରଣେନ୍ଦ୍ରଙ୍କ ବୟାନ ଅସଭ୍ୟ ଓ ସମ୍ବେଦନହୀନତାର ପରିଚୟ । ନିଜ ବକ୍ତବ୍ୟର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଏହାକୁ ବିଜେଡିର ଆଭିମୁଖ୍ୟ ବୋଲି କହିବା ବିଜେଡିର ସମ୍ବେଦନହୀନତାକୁ ଦର୍ଶାଉଥିବା […]

balasore

balasore

Niharika Rout
  • Published: Saturday, 24 October 2020
  • Updated: 24 October 2020, 01:10 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଉପ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରଣେନ୍ଦ୍ରଙ୍କ ମନ୍ତବ୍ୟକୁ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।

ରଣେନ୍ଦ୍ରଙ୍କ ବୟାନ ଅସଭ୍ୟ ଓ ସମ୍ବେଦନହୀନତାର ପରିଚୟ । ନିଜ ବକ୍ତବ୍ୟର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଏହାକୁ ବିଜେଡିର ଆଭିମୁଖ୍ୟ ବୋଲି କହିବା ବିଜେଡିର ସମ୍ବେଦନହୀନତାକୁ ଦର୍ଶାଉଥିବା ଟ୍ୱିଟ୍ କରିଛନ୍ତି ପ୍ରଦୀପ୍ତ । ସମଗ୍ର ବିଜେଡି ଏପରି ସମ୍ବେଦନହୀନତା ଓ ଅଶିଷ୍ଟତାର ପୃଷ୍ଠପୋଷକ କି ? ଏଭଳି ଦଳକୁ ଉଚିତ୍ ଜବାବ ଦେବାକୁ ମାନସ ଦତ୍ତଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ସେହିପରି ଏହି ଘଟଣାକୁ ନେଇ ବାଲେଶ୍ୱର ରୁପ୍ସା ବିଜେପି ନିର୍ବାଚନୀ ସଭାରେ ରଣେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,  ମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନତାର ପରିଚୟ ଦେଉଛି। ରାଜନୀତି କେତେ ନୀଚ ସ୍ତରକୁ ଯାଇସାରିଛି ବିଜେଡି ପ୍ରମାଣିତ କରିଛି। ଜଣଙ୍କ ମୃତ୍ୟୁରେ ବିଜେଡି କିଭଳି ଆନନ୍ଦିତ ହୁଏ ତାହା ଏଥିରୁ ସ୍ପଷ୍ଟ। ମନ୍ତ୍ରୀଙ୍କ ବୟାନ ବାଲେଶ୍ୱରର ସ୍ୱାଭିମାନ ପ୍ରତି କୁଠାରଘାତ। ବିଜେଡିକୁ ଉଚିତ୍ ଜବାବ ଦେବାକୁ ଜନସାଧାରଣଙ୍କୁ ଅପିଲ୍ କଲେ ପ୍ରତାପ।

ତେବେ ପ୍ରତାପ ଓ ପ୍ରଦୀପ୍ତଙ୍କ ମନ୍ତବ୍ୟକୁ ନେଇ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ସୂଚନାଯୋଗ୍ୟ, ତିନି ଦିନ ତଳେ ବାଲେଶ୍ୱରରେ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ବିଜେପିର ମଦନ ମୋହନ ଦତ୍ତଙ୍କ ମୃତ୍ୟୁ  ଏକ ସୁଯୋଗ ଆଣିଦେଇଛି ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛି ବିଜେପି । ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି କୌଣସି ଉଦ୍ଦେଶ୍ୟମୂଳକ ଭାବେ କିମ୍ବା କାହାର ଭାବନାକୁ ଆଘାତ ଦେବା ପାଇଁ ଏଭଳି କହିନଥିଲେ । ସ୍ୱର୍ଗତ ମଦନ ମୋହନଙ୍କ ପ୍ରତି ତାଙ୍କ ସମ୍ମାନ ଓ ଶ୍ରଦ୍ଧା ରହିଛି ।  ମାନସ ଦତ୍ତ ମୋ ପୁଅ ଭଳି, ତାଙ୍କୁ ଯଦି ଏଭଳି ମନ୍ତବ୍ୟ ଆଘାତ ଦେଇଛି, ତାହେଲେ ଏଥିପାଇଁ ଗଭୀର ଦୁଃଖିତ ବୋଲି ଟ୍ୱିଟ୍  କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos