ଏସ୍‌ସିବିରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍

କଟକ(ଓଡ଼ିଶା ରିପୋର୍ଟର): କଟକ SCBରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍ ଆସିଛି। ପୁନେ ଲ୍ୟାବରେ ଦମ୍ପତିଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ପାରାଦୀପରେ ଲାଗିଥିବା ଏକ ଜାହାଜରେ ଏହି ଦମ୍ପତି ଆସିଥିଲେ। ଉଭୟଙ୍କୁ SCBର ସ୍ୱତନ୍ତ୍ର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି। କରୋନା ଯେପରି ନ ବ୍ୟାପେ, ସେଥିପାଇଁ ପ୍ରଶାସନ ତତ୍ପର। ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପାରାଦୀପ, ଗୋପାଳପୁର, ଧାମରା ବନ୍ଦର କର୍ତ୍ତୃପକ୍ଷ ଓ […]

scb--1

Niharika Rout
  • Published: Friday, 06 March 2020
  • , Updated: 06 March 2020, 11:01 AM IST

କଟକ(ଓଡ଼ିଶା ରିପୋର୍ଟର): କଟକ SCBରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍ ଆସିଛି। ପୁନେ ଲ୍ୟାବରେ ଦମ୍ପତିଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ପାରାଦୀପରେ ଲାଗିଥିବା ଏକ ଜାହାଜରେ ଏହି ଦମ୍ପତି ଆସିଥିଲେ। ଉଭୟଙ୍କୁ SCBର ସ୍ୱତନ୍ତ୍ର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି।

କରୋନା ଯେପରି ନ ବ୍ୟାପେ, ସେଥିପାଇଁ ପ୍ରଶାସନ ତତ୍ପର। ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପାରାଦୀପ, ଗୋପାଳପୁର, ଧାମରା ବନ୍ଦର କର୍ତ୍ତୃପକ୍ଷ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରାଯିବା ସହ ଗାଇଡଲାଇନ୍ ଜାରି ହୋଇଛି। ଛାତ୍ରଛାତ୍ରୀଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ବାରମ୍ବାର ହାତ ଧୋଇବା, ଛିଙ୍କ ଓ କାଶ ବେଳେ ରୁମାଲ୍, ଟିସୁ ପେପରରେ ମୁହଁକୁ ଢାଙ୍କିବା, ଅସୁସ୍ଥ ହେଲେ ସ୍କୁଲ୍ ଅବା କୌଣସି ଜନଗହଳି ସ୍ଥାନକୁ ନଯିବା ସଂପର୍କରେ ସଚେତନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।

Related story