ରାଜ୍ୟରେ ହଜାରେ ପାର୍‌ କଲା ଦୈନିକ ସଂକ୍ରମଣ, ୧୨୧୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ  ହଜାରେ ପାର୍‌ କରିଛି।  । ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି। ୧୨୧୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୦ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୫୦୬ ।  ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ […]

Corona

Niharika Rout
  • Published: Wednesday, 05 January 2022
  • , Updated: 05 January 2022, 10:50 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ  ହଜାରେ ପାର୍‌ କରିଛି।  । ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି।

୧୨୧୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୦ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୫୦୬ ।  ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୮୭ ଜଣ ଅଛନ୍ତି।  ରାଜ୍ୟରେ ପୁଣି ଥରେ ଦୈନିକ ସଂକ୍ରମଣର ହଜାରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଥିବାରୁ ଛାନିଆ ହୋଇଯାଇଛନ୍ତି ଲୋକ ।

ଏହି ୧୨୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୦, ଯାଜପୁରରୁ ୪୭, ମୟୂରଭଞ୍ଜରୁ ୪୦, ଝାରସୁଗୁଡ଼ାରୁ ୩୩, କେନ୍ଦୁଝରରୁ ୨୫, ନବରଙ୍ଗପୁର, ଝାରସୁଗୁଡ଼ାରୁ ୧୩ ଲେଖାଏ , କେନ୍ଦ୍ରାପଡ଼ାରୁ ୯, ଦେବଗଡ଼ରୁ ୮, ଢେଙ୍କାନାଳ, କଳାହାଣ୍ଡିରୁ ୪ ଲେଖାଏ , ଗଞ୍ଜାମରୁ ୯, ଗଜପତିରୁ ୧, କୋରାପୁଟରୁ ୩,  ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୩, ନୂଆପଡ଼ାରୁ ୨, ପୁରୀରୁ ୩୦,  ରାୟଗଡ଼ାରୁ ୮, ସମ୍ବଲପୁରରୁ ୯୯, ସୋନପୁରରୁ ୩, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ, ରାଜ୍ୟରେ ଆକ୍ଟିଭ କେସ୍‌ ୩, ୯୮୧ ଥିବା ବେଳେ ସମୁଦାୟ ପଜିଟିଭ ସଂଖ୍ୟା  ୧୦,୪୫,୩୭୬ରେ ପହଞ୍ଚିଛି। ଏହାବାଦ ଚଳିତ ଥର ୧୨୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି।    ରାଜ୍ୟରେ ଏ ଯାବତ ୩୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଦେଶରେ ମଧ୍ୟ ମହାମାରୀ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ଏହା ୬୦ ହଜାର ପାଖରେ ପହଞ୍ଚି ଯାଇଛି। ଦିନକରେ ୫୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣ ଏହି ପ୍ରାଣଘାତୀ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇଛନ୍ତି।

ସେହିପରି ଦେଶରେ ଦୈନିକ ପଜିଟିଭିଟି ରେଟ୍‌ ମଧ୍ୟ ୪.୧୮%କୁ ବୃଦ୍ଧି ପାଇଛି। ଦୀର୍ଘଦିନ ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି। ଦେଶରେ ଟିକାକରଣ ଠାରୁ ଆରମ୍ଭ କରି କଟକଣାକୁ କଡ଼ାକଡ଼ି କରାଯାଉଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ବିଶେଷ କରି ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କ ନିଦ ହଜିଗଲାଣି। ଦିନକରେ ସମଗ୍ର ଦେଶରୁ ଆଉ ୨୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଓମିକ୍ରନ ଜିନତ ସଂକ୍ରମିତଙ୍କ ସଂଖ୍ୟା ୨୧୩୫ରେ ପହଞ୍ଚିଛି। 

 

Related story