କରୋନା ମୁକାବିଲା: ଚିନ୍ତାରେ ପର୍ଯ୍ୟଟନ ଶିଳ୍ପ, ଅଚିନ୍ତାରେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରାଚୀନ କଳାକୃତି ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଏବେ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। କରୋନା ମହାମାରୀ ଯୋଗୁ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ ଗତିଶୀଳ କରିବା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ପଲିସି ଆଣିବାରେ ସକ୍ଷମ ହୋଇପାରିଲେ ନାହିଁ। କୌଣସି ଠୋସ୍ କାର୍ଯ୍ୟକ୍ରମ ହାତକୁ ନେଇ ପର୍ଯ୍ୟଟନ ଶିଳ୍ପକୁ ସକ୍ରିୟ କରିବା ଭଳି କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ରାଜ୍ୟ […]

tourism

tourism

Manoranjan Sial
  • Published: Thursday, 30 July 2020
  • Updated: 30 July 2020, 09:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରାଚୀନ କଳାକୃତି ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଏବେ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। କରୋନା ମହାମାରୀ ଯୋଗୁ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ ଗତିଶୀଳ କରିବା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ପଲିସି ଆଣିବାରେ ସକ୍ଷମ ହୋଇପାରିଲେ ନାହିଁ। କୌଣସି ଠୋସ୍ କାର୍ଯ୍ୟକ୍ରମ ହାତକୁ ନେଇ ପର୍ଯ୍ୟଟନ ଶିଳ୍ପକୁ ସକ୍ରିୟ କରିବା ଭଳି କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କଠୁ ସଚିବ ପର୍ଯ୍ୟନ୍ତ ଏବେ କେବଳ ଭାଷଣବାଜି ମଧ୍ୟରେ ନିଜକୁ ସୀମିତ ରଖିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କରୋନା ଯୋଗୁ ବିଶେଷ ପ୍ରଭାବିତ ହୋଇଥିବା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ ସକ୍ରିୟ କରିବା ନିମନ୍ତେ ଘରୋଇ ପର୍ଯ୍ୟଟକଙ୍କ ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେବାକୁ ଗତ ମେ’ ୮ତାରିଖରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କେତେକ ନୀତିଗତ ନିଷ୍ପତ୍ତି ନିଆଯାଇ ସେ ଦିଗରେ କାର୍ଯ୍ୟ ହାତକୁ ନେବାକୁ ପର୍ଯ୍ୟଟନ ବିଭାଗକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଇତିମଧ୍ୟରେ ୩ମାସ ବିତିବାକୁ ବସିଥିବାବେଳେ ପର୍ଯ୍ୟଟନ ବିଭାଗ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଗତିଶୀଳ କରିବା ପରିବର୍ତ୍ତେ କେବଳ ‘ୱେବନେୟାର’ ଓ ଅନଲାଇନ୍ ଚର୍ଚ୍ଚା ମଧ୍ୟରେ ନିଜକୁ ସୀମିତ ରଖିଛି।

ଏବେ କରୋନାଜନିତ କଟକଣା ଥିବାବେଳେ ରାଜ୍ୟରେ ଗତବର୍ଷ ମେ’ମାସରେ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପର୍ଯ୍ୟଟନ ସ୍ଥଳୀର ମରାମତି ଦିଗରେ ବି ବିଭାଗସ୍ତରରେ ଆଗ୍ରହ ଦେଖିବାକୁ ମିଳିନି। ଯେଉଁଥିପାଇଁ କୋଣାର୍କସ୍ଥିତ ଉଡେନ୍ ରେଷ୍ଟୁରାଣ୍ଟ ଓ ଧଉଳିସ୍ଥିତ ଲାଇଟ୍ ଆଣ୍ଡ ସାଉଣ୍ଡ୍ ବ୍ୟବସ୍ଥାର ଏପର୍ଯ୍ୟନ୍ତ ପୁନରୁଦ୍ଧାର ହୋଇପାରିନି। ଗତପ୍ରାୟ ୮ବର୍ଷ ତଳୁ ପର୍ଯ୍ୟଟନ ବିଭାଗର ଅନୁମୋଦନ ପାଇଥିବା ଧଉଳିରେ ‘ରୋପୱେ’ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ବିଭାଗ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନି। ଗତବର୍ଷ ଏହି ରୋପୱେ ପ୍ରକଳ୍ପ ଟେଣ୍ଡର କାର୍ଯ୍ୟ କରିବା ନିମନ୍ତେ ଓଡ଼ିଶା ନିର୍ମାଣ ନିଗମକୁ ଦିଆଯାଇଥିବାବେଳେ ଚଳିତମାସ ତୃତୀୟ ସପ୍ତାହରେ ଏହି ଟେଣ୍ଡରକୁ ତା’ଠୁ ନିଆଯାଇ ରାଜ୍ୟ ବାହାର କୌଣସି ଏକ ଘରୋଇ ସଂସ୍ଥାକୁ ଦେବାକୁ ବିଭାଗସ୍ତରରେ ମସୁଧା ଆରମ୍ଭ ହୋଇଯାଇଛି। ସେହିପରି ସାତକୋଶିଆରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରାୟ ୯କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇ ରହିଥିଲେ ମଧ୍ୟ ସେଠାରେ ବିଭାଗର ଖାମଖିଆଲି ନୀତି ଯୋଗୁ କାମ ଆଗେଇ ପାରୁନି ।

ଅନ୍ୟପକ୍ଷରେ ପର୍ଯ୍ୟଟନ ବିଭାଗ ଲୋକପ୍ରିୟ ଉଡେନ୍ ରେଷ୍ଟୁରାଣ୍ଟ ଓ ଧଉଳିର ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉନଥିବାବେଳେ ସାତକୋଶିଆ ପ୍ରକଳ୍ପ ସମେତ ଅନ୍ୟ କେତେକ ଅନୁମୋଦିିତ ପ୍ରକଳ୍ପକୁ ସରକାରଙ୍କ ଅଗୋଚରରେ ବିଭାଗ ବାତିଲ କରିଦେଇଥିବା ଜଣାପଡ଼ିଛି । ସେହିପରି ରାଜ୍ୟରେ ବନ୍ଦ ପଡ଼ିଥିବା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କିଭଳି ଗତିଶୀଳ ହେବ, ତା’ର ରୂପରେଖ କ’ଣ ରହିବ ସେ ନେଇ ବିଭାଗସ୍ତରରେ କ’ଣ ପଦକ୍ଷେପ ନିଆଯାଉଛି ତାହା କେହି ଜାଣିପାରୁନାହାନ୍ତି।

ଯଦିଓ କରୋନା ମହାମାରୀ ମଧ୍ୟରେ ବି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବେ ‘ଆମଘର ଆମ ହାଣ୍ଡିଶାଳ’ ନାଁରେ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରୁଛି, କିନ୍ତୁ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସେଭଳି କୌଣସି ସ୍ୱଷ୍ଟ ନୀତି କିମ୍ବା କାର୍ଯ୍ୟକ୍ରମ ହାତକୁ ନିଆଯାଇ ନଥିବାରୁ କରୋନାରେ କ୍ଷତିଗ୍ରସ୍ତ ପର୍ଯ୍ୟଟନ ଶିଳ୍ପ ଚିନ୍ତାରେ ପଡ଼ିଛି। ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ବହୁ ଲୋକ ଇତିମଧ୍ୟରେ ରୋଜଗାର ହରାଇ ଥିବାବେଳେ ସେମାନଙ୍କୁ ଆଶ୍ୱାସନା ଦେବାକୁ ବି ବିଭାଗ ସାମାନ୍ୟତମ ଆଗ୍ରହ ଦେଖାଉନାହିଁ। କରୋନା ମହାମାରୀରେ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି କାମ କରିବାର ଆବଶ୍ୟକତା ରହିଛି ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମେ’ ୧୩ତାରିଖରେ ସୂଚନା ଦେଇଥିଲେ। ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିପାରିନି।

ସୂଚନାଯୋଗ୍ୟ, ରାଜ୍ୟରେ ଘରୋଇ ପର୍ଯ୍ୟଟକଙ୍କଠୁ ମିଳୁଥିବା ରାଜସ୍ୱ ପରିମାଣ କ୍ରମାଗତ ବୃଦ୍ଧି ପାଇଛି। ଅର୍ଥନୀତିକ ସର୍ଭେ ଅନୁସାରେ, ୨୦୧୮-୧୯ରେ ଘରୋଇ ପର୍ଯ୍ୟଟକଙ୍କ ଯୋଗୁ ୧୫୮୫୫.୫୫କୋଟି ଟଙ୍କା ରାଜସ୍ୱ ମିଳିଥିବାବେଳେ ୨୦୧୭-୧୮ରେ ଏହା ୧୪୫୭୯କୋଟି, ୨୦୧୬-୧୭ରେ ୧୩୪୦୫କୋଟି ଓ ୨୦୧୫-୧୬ରେ ୧୨୩୩୬କୋଟି ଟଙ୍କା ରହିଥିଲା। ୨୦୧୮-୧୯ରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୮.୭୫ ପ୍ରତିଶତ ବୃଦ୍ଧି ପାଇ ୧୫୫.୧୦ଲକ୍ଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story