ପୌର ପରିଷଦ ଅଫିସ୍‌ରେ ପଶିଲା କରୋନା

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ପୌର ପରିଷଦ ଅଫିସ୍‌ରେ ପଶିଲା କରୋନା । ଖୋର୍ଦ୍ଧା ପୌର ପରିଷଦ ଅଫିସ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି।  କର୍ମଚାରୀଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି । ଫଳରେ ଆଜି ପୌର ପରିଷଦ ଅଫିସ୍ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଫିସ୍‌ର ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ସାମ୍ପଲ୍ ସଂଗ୍ରହ କରି ପରୀକ୍ଷା କରାଯିବ । ଏହାବ୍ୟତୀତ […]

odisha-corona

Niharika Rout
  • Published: Thursday, 02 July 2020
  • , Updated: 02 July 2020, 08:23 AM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ପୌର ପରିଷଦ ଅଫିସ୍‌ରେ ପଶିଲା କରୋନା । ଖୋର୍ଦ୍ଧା ପୌର ପରିଷଦ ଅଫିସ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି।  କର୍ମଚାରୀଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି । ଫଳରେ ଆଜି ପୌର ପରିଷଦ ଅଫିସ୍ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅଫିସ୍‌ର ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ସାମ୍ପଲ୍ ସଂଗ୍ରହ କରି ପରୀକ୍ଷା କରାଯିବ । ଏହାବ୍ୟତୀତ  କଣ୍ଟାକ୍ଟ ସର୍ଭେଲାନ୍ସ କରାଯିବା ସହ  ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ଉକ୍ତ ଅଞ୍ଚଳ ୩ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳକୁ ସାଧାରଣ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି। ସବୁ ଷ୍ଟାଫ୍‌ଙ୍କ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ  ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହ ସେମାନଙ୍କ ସର୍ଭେଲାନ୍ସ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related story