ଫୁଟ୍‌ବଲ୍‌ ଖେଳ ଦେଖିବାକୁ ଯାଇଥିଲେ, ମିଳିଲା ରକ୍ତ ଭିଜା ସାର୍ଟ

ଉଦଳା (ମାନସ ପାଣି): ସକାଳ ଯାଇ ସନ୍ଧ୍ୟା ହେଲା। ହେଲେ ଫୁଟ୍‌ବଲ୍‌ ଖେଳ ଦେଖିବାକୁ ଯାଇଥିବା ବୃଦ୍ଧ ଦମ୍ପତି ଘରକୁ ଫେରିଲେନି। ଖୋଜାଖୋଜି ପରେ ମିଳିଲା ରକ୍ତ ଭିଜା ସାର୍ଟ ଓ ଭଙ୍ଗା ଚୁଡ଼ି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ କପ୍ତିପଦା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମ ସାହିର ସୀତାରାମ ସିଂ(୬୨) ଓ ତାଙ୍କ ସ୍ତ୍ରୀ ଲେତି ଗତକାଲି ଛତ୍ରାମ୍ୱରେ ହେଉଥିବା ଫୁଟ୍‌ବଲ୍‌ […]

couple-murder-in-udla-under-m

Manoranjan Sial
  • Published: Monday, 07 October 2019
  • , Updated: 07 October 2019, 06:23 PM IST

ଉଦଳା (ମାନସ ପାଣି): ସକାଳ ଯାଇ ସନ୍ଧ୍ୟା ହେଲା। ହେଲେ ଫୁଟ୍‌ବଲ୍‌ ଖେଳ ଦେଖିବାକୁ ଯାଇଥିବା ବୃଦ୍ଧ ଦମ୍ପତି ଘରକୁ ଫେରିଲେନି। ଖୋଜାଖୋଜି ପରେ ମିଳିଲା ରକ୍ତ ଭିଜା ସାର୍ଟ ଓ ଭଙ୍ଗା ଚୁଡ଼ି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ କପ୍ତିପଦା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମ ସାହିର ସୀତାରାମ ସିଂ(୬୨) ଓ ତାଙ୍କ ସ୍ତ୍ରୀ ଲେତି ଗତକାଲି ଛତ୍ରାମ୍ୱରେ ହେଉଥିବା ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ସନ୍ଧ୍ୟା ବେଳେ ପରିବାର ଲୋକେ ଚାରିଆଖେ ଖୋଜିଥିଲେ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ପତ୍ତା ପାଇନଥିଲେ।

ତେବେ ଆଜି ସକାଳେ ଘରଠାରୁ ଅଧ କିଲୋମିଟର ଦୂରରେ ସୀତାରାମଙ୍କ ରକ୍ତ ଭିଜା ସାର୍ଟ, ରକ୍ତଛିଟା ଓ ଭଙ୍ଗା ଚୁଡ଼ି ଦେଖିବା ପାଇଥିଲେ। ପରେ ଏନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭର୍ତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏସ୍‌ଡିପିଓ ସ୍ୱପ୍ନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ କପ୍ତିପଦା ଥାନା ଅଧିକାରୀ ରାନୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ନିକଟ ସୋନ ଡ୍ୟାମ ଓ ଜଙ୍ଗଲରେ ତଲାସୀ ଜାରି ରଖିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପତ୍ତା ମିଳୁନି। ସେମାନଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

Related story