ଜଗା ଦୁଆର ବନ୍ଦ ହେବା କଥା ଶୁଣି ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼

ପୁରୀ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଡେଲ୍‌ଟା ଓ ଓମିକ୍ରନ୍‌ ଭାରିଏଣ୍ଟ ଦିନକୁ ଦିନ ଉଗ୍ର ହେଉଛି। ଯାହାକୁ ନେଇ ରାଜ୍ୟରେ ଭୟର ବାତାବରଣ ଖେଳି ଗଲାଣି। ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିବାରୁ ସ୍ଥିତି ଅଣାୟତ ହେବା ପୂର୍ବରୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ସାଧାରଣ ଭକ୍ତଙ୍କୁ ପ୍ରଶାସନ ବାରଣ କରିଛି। ରାଜ୍ୟ ସରକାରଙ୍କ ନିୟମ ସୋମବାରଠାରୁ ଲାଗୁ ହେବ। ସେଥିପାଇଁ ଆଜି ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ରବିବାରଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ […]

Puri

Puri

Manoranjan Sial
  • Published: Saturday, 08 January 2022
  • Updated: 08 January 2022, 08:37 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଡେଲ୍‌ଟା ଓ ଓମିକ୍ରନ୍‌ ଭାରିଏଣ୍ଟ ଦିନକୁ ଦିନ ଉଗ୍ର ହେଉଛି। ଯାହାକୁ ନେଇ ରାଜ୍ୟରେ ଭୟର ବାତାବରଣ ଖେଳି ଗଲାଣି। ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିବାରୁ ସ୍ଥିତି ଅଣାୟତ ହେବା ପୂର୍ବରୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ସାଧାରଣ ଭକ୍ତଙ୍କୁ ପ୍ରଶାସନ ବାରଣ କରିଛି। ରାଜ୍ୟ ସରକାରଙ୍କ ନିୟମ ସୋମବାରଠାରୁ ଲାଗୁ ହେବ। ସେଥିପାଇଁ ଆଜି ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।

ରବିବାରଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଆଜି ସକାଳୁ ଲୋକାରଣ୍ୟ ହୋଇଯାଇଥିଲା ସିଂହଦ୍ୱାର ସମ୍ମୁଖ ଅଞ୍ଚଳ। ପରେ ସମୟ ବଢ଼ିବା ସହ ତାଳ ଦେଇ ବଢ଼ି ଚାଲିଥିଲା ଭକ୍ତଙ୍କ ଉପସ୍ଥିତି। ସ୍ଥିତି ଏମିତି ହୋଇଥିଲା ଯେ, ସିଂହଦ୍ୱାରଠୁ ପ୍ରାୟ ୫୦୦ ମିଟର ଯାଏଁ ଲମ୍ବିଥିବା ବ୍ୟାରିକେଡ୍‌ ଭିତରେ ସୀମିତି ରହିନଥିଲେ ଶ୍ରଦ୍ଧାଳୁ। ଯେଉଁଠୁ ବ୍ୟାରିକେଡ୍‌ ଆରମ୍ଭ ହୋଇଥିଲା, ସେଇଠୁ ଆହୁରି ପ୍ରାୟ ୫୦୦ ମିଟର ମରିଚିକୋଟ୍ ଛକ ଯାଏଁ ଲମ୍ବିଥିଲା ଧାଡ଼ି।

ଆଜିର ଶେଷ ଦର୍ଶନକୁ ହାତଛଡ଼ା କରିବାକୁ ଚାହୁଁନଥିଲେ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ। ଏପରିକି କାଳିଆ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିଲେ। ଏପଟେ ଆଜି ରାତି ସାଢେ ୮ଟା ଯାଏଁ ଦର୍ଶନ ସୁଯୋଗ ଥିବାରୁ ସନ୍ଧ୍ୟାରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେବାକୁ ଥିବାରୁ ସନ୍ଧ୍ୟା ପ୍ରାୟ ୬ଟା ପରେ ଅଣାୟତ ହୋଇଥିଲା ସ୍ଥିତି। ଅନେକ ଭକ୍ତଙ୍କ ଧର୍ଯ୍ୟଚ୍ୟୁତ ଘଟିବାରୁ ଧାଡ଼ି ଭାଙ୍ଗି ସୁଅ ଭଳି ଶ୍ରୀମନ୍ଦିର ଭିତରକୁ ମାଡ଼ି ଚାଲିଥିଲେ।

ଶୁକ୍ରବାର ଛତିଶାନିଯୋଗ କମିଟି ଓ ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ବଡ଼ଦେଉଳଙ୍କୁ ଭକ୍ତଙ୍କ ପାଇଁ ଜାନୁଆରୀ ୧୦ରୁ ୩୧ ତାରିଖ ଯାଏଁ ବନ୍ଦ ରହିଖିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ଏ ମାସରେ ଆଜି ଦର୍ଶନ ପାଇଁ ଶେଷ ସୁଯୋଗ ଥିବାରୁ ଶ୍ରୀମନ୍ଦିର ଧାଇଁ ଆସିଥିଲେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ। ଏପଟେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଶବଦାହ ଉପରେ ପୁଣି କଟକଣା ଲଗାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story