କୋଭିଡ୍ ସଂକ୍ରମଣ କମିଛି, ଯାଇନି: ସତର୍କ କରାଇଲେ ଭୁବନେଶ୍ୱର ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇଛି, କିନ୍ତୁ ତାକୁ ନେଇ ଲୋକମାନେ ସନ୍ତୁଷ୍ଟ ହେବା ଅନୁଚିତ୍ । ଏବେବି କୋଭିଡ୍ ସଂକ୍ରମଣ ଶେଷ ପର୍ଯ୍ୟାୟରେ ପହଞ୍ଚି ନାହିଁ । ତେଣୁ ଲୋକମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରିବା ଉଚିତ୍ ବୋଲି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ପରିଡ଼ା କହିଛନ୍ତି ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ‘ଏକ୍ସଇ’ […]

corona

corona

Ordigital Desk
  • Published: Thursday, 14 April 2022
  • Updated: 15 April 2022, 11:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇଛି, କିନ୍ତୁ ତାକୁ ନେଇ ଲୋକମାନେ ସନ୍ତୁଷ୍ଟ ହେବା ଅନୁଚିତ୍ । ଏବେବି କୋଭିଡ୍ ସଂକ୍ରମଣ ଶେଷ ପର୍ଯ୍ୟାୟରେ ପହଞ୍ଚି ନାହିଁ । ତେଣୁ ଲୋକମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରିବା ଉଚିତ୍ ବୋଲି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ପରିଡ଼ା କହିଛନ୍ତି ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ‘ଏକ୍ସଇ’ ମାମଲା ଚିହ୍ନଟ ହୋଇନାହିଁ । ସଂକ୍ରମଣ ମାମଲା ନବଢ଼ିବା ପର୍ଯ୍ୟନ୍ତ ଏହି ନୂଆ ଭାରିଏଣ୍ଟର ଭୟାବହତା ଆକଳନ କରିହେବ ନାହିଁ । ଯଦିଓ ଏହି ନୂଆ ଭାରିଏଣ୍ଟ ‘ଏକ୍ସଇ’କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ଏବଂ ଏହାର ସଂକ୍ରମଣ ହାର ଅଧିକ ନୁହେଁ ଓ ଏଥିରେ ସ୍ୱଳ୍ପ କ୍ଲିନିକାଲ ଲକ୍ଷଣ ରହିଛି ବୋଲି ସେ କହିଛନ୍ତି। ଏହି ନୂଆ ଏକ୍ସଇ ଭାରିଏଣ୍ଟ ହେଉଛି ଡେଲଟା ଓ ଓମିକ୍ରନର ମିଶ୍ରଣ। ଏହାର ମ୍ୟୁଟେସନ୍ ବିଭିନ୍ନ ଢଙ୍ଗରେ ହୋଇପାରେ । ଏହି ନୂଆ ଭାରିଏଣ୍ଟ ‘ଏକ୍ସଇ’କୁ କେବଳ ଜିନୋମ ସିକ୍ୟୁଏନ୍ସ ମାଧ୍ୟମରେ ଚିହ୍ନଟ କରିହେବ । ଏହି ନୂଆ ଭାରିଏଣ୍ଟକୁ ନେଇ ଲୋକମାନେ ସତର୍କ ରହିବାର ଆବଶ୍ୟକତା ଅଛି । ସମସ୍ତେ କୋଭିଡ୍ ଗାଇଡଲାଇନକୁ ପାଳନ କରିବା ଜରୁରୀ । ଭାରତର ଲୋକମାନେ ଓମିକ୍ରନର ପ୍ରଭାବକୁ ବିଶେଷ ଅନୁଭବ କରିପାରିନାହାନ୍ତି । କାରଣ ଭାରତରେ ଡବଲ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଠିକ୍ ଢଙ୍ଗରେ ହୋଇଥିବାରୁ ଓମିକ୍ରନ ବିଶେଷ ପ୍ରଭାବ ପକାଇ ପାରିନାହିଁ।

ଡାକ୍ତର ପରିଡ଼ା ସମସ୍ତଙ୍କୁ କୋଭିଡର ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେବା ସହ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି । ହାତ ଧୋଇବା, ମାସ୍କ ପିନ୍ଧିବା ଆଦି ମାଧ୍ୟମରେ ଏହି ଭାଇରସରୁ ସୁରକ୍ଷିତ ରହିହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏବେ ଦେଶର ବିଭିନ୍ନ ସ୍ଥାନରେ କୋଭିଡର ନୂଆ ଭାରିଏଣ୍ଟ ‘ଏକ୍ସଇ’ ସଂକ୍ରମଣକୁ ନେଇ ଆଶଙ୍କା ଦେଖାଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story