‘ଆଉ ୪,୫ ଦିନରେ ଜଣା ପଡ଼ିବ କରୋନା ସ୍ଥିତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କିଛି ଦିନ ଧରି କରୋନାର ୧୦ ହଜାର ଟ୍ରେଣ୍ଡ ଚାଲୁଥିବା ବେଳେ ଆଜି ସେଥିରେ ଲାଗିଛି ସାମାନ୍ୟ ବ୍ରେକ୍‌। ଧିରେ ଧିରେ ତଳମୁହାଁ ହେଉଛି କରୋନା। ହେଲେ ପ୍ରକୃତରେ ଏହା ଏହାର ସ୍ଥିତି ଜାଣିବାକୁ ଆଉ ୪/୫ ଦିନ ଲାଗିବ । ଏ ନେଇ ଏବେ କିଛି କହି ହେବନି ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ବିଜୟ ମହାପାତ୍ର। ଏନେଇ ସେ କହିଛନ୍ତି, ଆଜି ଆସିଥିବା ରିପୋର୍ଟରେ କରୋନା ତଳମୁହାଁ ରହିଛି। ହେଲେ […]

Bijay Mohapatra

Niharika Rout
  • Published: Friday, 21 January 2022
  • , Updated: 21 January 2022, 12:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କିଛି ଦିନ ଧରି କରୋନାର ୧୦ ହଜାର ଟ୍ରେଣ୍ଡ ଚାଲୁଥିବା ବେଳେ ଆଜି ସେଥିରେ ଲାଗିଛି ସାମାନ୍ୟ ବ୍ରେକ୍‌। ଧିରେ ଧିରେ ତଳମୁହାଁ ହେଉଛି କରୋନା। ହେଲେ ପ୍ରକୃତରେ ଏହା ଏହାର ସ୍ଥିତି ଜାଣିବାକୁ ଆଉ ୪/୫ ଦିନ ଲାଗିବ । ଏ ନେଇ ଏବେ କିଛି କହି ହେବନି ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ବିଜୟ ମହାପାତ୍ର।

ଏନେଇ ସେ କହିଛନ୍ତି, ଆଜି ଆସିଥିବା ରିପୋର୍ଟରେ କରୋନା ତଳମୁହାଁ ରହିଛି। ହେଲେ ଏବେ ଟେଷ୍ଟିଂ କମିନି। କେନ୍ଦ୍ର ସରକାରଙ୍କ କୋଭିଡ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ସେର୍ଭେଲାନ୍ସ ଚାଲିଛି ।   ସାମାନ୍ୟ ଲକ୍ଷଣ ଦେଖା ଦେଲେ ଟେଷ୍ଟ କରାଇନେବା ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏଥିସହ କହିଛନ୍ତି, ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନେ ଆଇସୋଲସେନରେ ରହିଲେ ସଂକ୍ରମଣକୁ କମାଯାଇପାରିବ । ଭାରିଆଣ୍ଟ ବଦଳିପାରେ, ଏବେ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି । କୋଭିଡ୍ କିଭଳି ବ୍ୟବହାର କରିବ ତାହା ମ୍ୟୁଟେସନ ଉପରେ ନିର୍ଭର କରୁଛି । ରାଜ୍ୟରେ ଏବେ ବି ୬ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୮୦ରୁ ୯୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମଣ । ଲଗାତାର ଦୈନିକ ସଂକ୍ରମଣର ୧୦ ହଜାର ଟ୍ରେଣ୍ଡରେ ବ୍ରେକ୍ ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ  ୯ ,୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗର ୯୭୨ ଚିହ୍ନଟ ହୋଇଛନ୍ତି  ।ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨ ହଜାର ୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧ ହଜାର ୧୩୪ ଏବଂ କଟକରୁ ୭୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related story