ଘର ଭିତରେ ବାଣ ବିସ୍ଫୋରଣ: ଉଡ଼ିଗଲା ଛାତ, ୩ ଆହତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଘର ଭିତରେ ବାଣ ବିସ୍ଫୋରଣ। ଏହି ଭୟଙ୍କର ବିସ୍ଫୋରଣରେ ଗୋଟିଏ ଘରର ଛାତ ଉଡ଼ିଯିବା ସହ ୩ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଢେଙ୍କାନାଳ ସହରର କୁମ୍ଭାର ସାହିରେ ଘଟିଛି। ଆହତମାନେ ହେଲେ  ଘରର ମୁଖ୍ୟ ଦିନୋଜ ସାହୁ, ତାଙ୍କ ସ୍ତ୍ରୀ ମମତା ଓ ୧୦ ବର୍ଷର ପୁଅ ଦେବାଶିଷ। ଆହତମାନଙ୍କୁ ଢେଙ୍କାନାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଦିନ ୨ଟା ୪୫ରେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ପଡ଼ିଶା ଘରର ମଧ୍ୟ […]

kjn

Tapas Behera
  • Published: Monday, 20 May 2019
  • , Updated: 20 May 2019, 05:17 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଘର ଭିତରେ ବାଣ ବିସ୍ଫୋରଣ। ଏହି ଭୟଙ୍କର ବିସ୍ଫୋରଣରେ ଗୋଟିଏ ଘରର ଛାତ ଉଡ଼ିଯିବା ସହ ୩ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଢେଙ୍କାନାଳ ସହରର କୁମ୍ଭାର ସାହିରେ ଘଟିଛି। ଆହତମାନେ ହେଲେ  ଘରର ମୁଖ୍ୟ ଦିନୋଜ ସାହୁ, ତାଙ୍କ ସ୍ତ୍ରୀ ମମତା ଓ ୧୦ ବର୍ଷର ପୁଅ ଦେବାଶିଷ।

ଆହତମାନଙ୍କୁ ଢେଙ୍କାନାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଦିନ ୨ଟା ୪୫ରେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ପଡ଼ିଶା ଘରର ମଧ୍ୟ କ୍ଷତି ଘଟିଛି। ଘଟଣାସ୍ଥଳରେ ଦମକଳବାହିନୀ ଓ ପୁଲିସ ପହଞ୍ଚିଥିଲା। ତେବେ କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଲା ତାକୁ ନେଇ ସ୍ଥାନୀୟ ଲୋକେ ତଦନ୍ତ ଦାବି କରିଛନ୍ତି।

Related story