ଛାତରୁ ଖସିଲେ, ତଥାପି ଛାଡ଼ୁନି ଟିକ୍‌ଟକ୍‌ ନିଶା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଟିକ୍‌ଟକ୍‌ ମାୟାରେ ବାୟା ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତଥାପି ଟିକ୍‌ଟକ୍‌ ନିଶା ଉତୁରିନାହିଁ। ମେଡିକାଲ୍‌ ବେଡ୍‌ରେ ଶୋଇ ଶୋଇ ବି ଟିକ୍‌ଟକ୍‌ କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଯୁବକଙ୍କ ନାଁ ଅଲିନ୍ ଗୋଛାୟତ। ତାଙ୍କ ଘର ରାଉରକେଲାର ଗୋଲଘର ଅଞ୍ଚଳରେ। କିଛି ଦିନ ତଳେ ଟିକ୍‌ଟକ୍ କରୁଥିବା ବେଳେ ଛାତରୁ ପଡ଼ି ଆହତ ହୋଇଥିଲେ ଓ ଏଥିପାଇଁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ […]

rkl34

Niharika Rout
  • Published: Friday, 18 October 2019
  • , Updated: 18 October 2019, 01:47 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଟିକ୍‌ଟକ୍‌ ମାୟାରେ ବାୟା ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତଥାପି ଟିକ୍‌ଟକ୍‌ ନିଶା ଉତୁରିନାହିଁ। ମେଡିକାଲ୍‌ ବେଡ୍‌ରେ ଶୋଇ ଶୋଇ ବି ଟିକ୍‌ଟକ୍‌ କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଯୁବକଙ୍କ ନାଁ ଅଲିନ୍ ଗୋଛାୟତ। ତାଙ୍କ ଘର ରାଉରକେଲାର ଗୋଲଘର ଅଞ୍ଚଳରେ। କିଛି ଦିନ ତଳେ ଟିକ୍‌ଟକ୍ କରୁଥିବା ବେଳେ ଛାତରୁ ପଡ଼ି ଆହତ ହୋଇଥିଲେ ଓ ଏଥିପାଇଁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କୁ ସେଠାରୁ ଡିସ୍‌ଚାର୍ଜ କରାଯାଇଛି। ତଥାପି ସେ ବୁଦ୍ଧି ଶିଖିଲେ ନାହିଁ। ଓଲଟି ମେଡିକାଲ୍ ବେଡ୍‌ରେ ବି ଟିକ୍‌ଟକ୍ କରିଛନ୍ତି। ଆଉ ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ସୂଚନାଯୋଗ୍ୟ, ତିନି ଦିନ ତଳେ ୬ ନମ୍ୱର ସେକ୍ଟରରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ପରିତ୍ୟକ୍ତ କ୍ୱାର୍ଟର୍ସର ଦୁଇ ତାଲା ଛାତ ଉପରେ ଅନ୍ୟ ଜଣ ସାଙ୍ଗକୁ ନେଇ ଟିକ୍‌ଟକ୍ ଭିଡିଓ ବନାଉଥିଲେ ଅଲିନ୍‌। ତାଙ୍କ ସାଙ୍ଗ ଦୃଶ୍ୟଟିକୁ ରେକର୍ଡିଂ କରୁଥିଲେ। ତେବେ ଅସାବଧାନତା ବଶତଃ ହେଉ ଅବା ଅତ୍ୟଧିକ ଉତ୍ସାହ ଯୋଗୁ ହେଉ ଅଲିନ୍‌ ଛାତ ଉପରୁ ଖସି ପଡ଼ିଥିଲେ। ତାଙ୍କ ସାଙ୍ଗ ଏବଂ କିଛି ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା।

 

Related story