Advertisment

୩ ଡାକ୍ତରଙ୍କୁ ଜେରା, ‘କାହା ନିର୍ଦ୍ଦେଶରେ ନିଆଯାଇଥିଲା ସୌମ୍ୟଙ୍କ ଜମାନବନ୍ଦୀ’

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଦୀର୍ଘ ମାସେରୁ ଊର୍ଦ୍ଧ୍ୱ ସମୟ  ପରେ ବି ରହସ୍ୟମୟ ହୋଇ ରହିଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଏହାର  ରହସ୍ୟ ଭେଦ କରିବାକୁ ପୁଲିସ୍‌ ହାତରୁ ତଦନ୍ତ ଦାୟିତ୍ୱ ନେଇ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଆଉ ଏହି ଘଟଣା ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ କରୁଛନ୍ତି ମାରାଥନ ଜେରା। ଗତକାଲି ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ପରେ ଆଜି ପୋଡ଼ି ଯାଇଥିବା […]

ଅଦ୍ୟତନ ହୋଇଛି
୩ ଡାକ୍ତରଙ୍କୁ ଜେରା, ‘କାହା ନିର୍ଦ୍ଦେଶରେ ନିଆଯାଇଥିଲା ସୌମ୍ୟଙ୍କ ଜମାନବନ୍ଦୀ’

soumya & Bidya

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଦୀର୍ଘ ମାସେରୁ ଊର୍ଦ୍ଧ୍ୱ ସମୟ  ପରେ ବି ରହସ୍ୟମୟ ହୋଇ ରହିଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଏହାର  ରହସ୍ୟ ଭେଦ କରିବାକୁ ପୁଲିସ୍‌ ହାତରୁ ତଦନ୍ତ ଦାୟିତ୍ୱ ନେଇ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଆଉ ଏହି ଘଟଣା ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ କରୁଛନ୍ତି ମାରାଥନ ଜେରା।

Advertisment

ଗତକାଲି ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ପରେ ଆଜି ପୋଡ଼ି ଯାଇଥିବା ସୌମ୍ୟଙ୍କୁ ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ପାରଳାଖେମୁଣ୍ଡି CDMO ଅଫିସ୍ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଥିବା ବେଳେ ୩ ଡାକ୍ତରଙ୍କୁ ଜେରା କରୁଛି । ଜେରାର ସମ୍ମୁଖୀନ ହେଉଛନ୍ତି  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରମୋଦ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଓ ଅଭିଳାଷ ପଣ୍ଡା ।

ସୂଚନାଯୋଗ୍ୟ, ସୌମ୍ୟରଂଜନ ପୋଡି ଗୁରୁତର ହେବା ପରେ ତାଙ୍କୁ ଚିକିତ୍ସା ଲାଗି ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା ।  ସେଠାରେ ମାଜିଷ୍ଟ୍ରେଟ ଭାବେ ପାରଳାଖେମୁଣ୍ଡି ତହସିଲଦାରଙ୍କ ଉପସ୍ଥିତି ଥିବା ବେଳେ ତାଙ୍କ ଜମାନବନ୍ଦୀ ନିଆଯାଇଥିଲା। ସେତେବେଳେ କିଏ କିଏ ଉପସ୍ଥିତ ଥିଲେ,  କ’ଣ ପାଇଁ  ଜମାନବନ୍ଦୀ ନିଆଯାଇଥିଲା, ଏଥିପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ତାହା ମୁଖ୍ୟତଃ  କ୍ରାଇମବ୍ରାଞ୍ଚର ଫୋକସ୍‌ରେ ରହିବ । ଏହାବାଦ ଡାକ୍ତରଙ୍କୁ ପଚରାଉଚରା ପରେ ଆଜି ଅପରାହ୍ନରେ ତହସିଲଦାରଙ୍କୁ ବି ଜେରା ପାଇଁ ଡକାଯାଇପାରେ ବୋଲି ଆଲୋଚନା ହେଉଛି।

Advertisment

ତେବେ ପୋଡ଼ି ଯାଇଥିବା ସୌମ୍ୟ ମେଡିକାଲରେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା କିପରି ଥିଲା,  ତାଙ୍କୁ କଣ ସବୁ ଚିକିତ୍ସା କରାଯାଇଥିଲା,  ଚିକିତ୍ସା ପରେ ତାଙ୍କୁ କେଉଁ ପରିସ୍ଥିତିରେ ଡାକ୍ତର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ,  ମେଡିକାଲରୁ ଆମ୍ବୁଲାନ୍ସ କେତେବେଳେ ଛାଡିଥିଲା  ଏ ସମସ୍ତ ପ୍ରସଙ୍ଗକୁ ନେଇ ଆଜି  କ୍ରାଇମବ୍ରାଞ୍ଚ ଡାକ୍ତରମାନଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିବ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, କ୍ରାଇମ୍‌ବ୍ରାଞ୍ଚ ୫ ଦିନ ହେବ ସୌମ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।  ମୁଖ୍ୟତଃ ସୌମ୍ୟଙ୍କ ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ , ରୋଷେୟା, ଜଗୁଆଳି, ମାଳି ଏବଂ ଆମ୍ଭୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଚାଲିଛି ଜେରା। ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ୫୦ ରୁ ୬୦ ପ୍ରଶ୍ନ, ଘଣ୍ଟା ଘଣ୍ଟାର ଘଣ୍ଟା-ଚକଟା ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ ।

ଗତକାଲି  ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଜଗୁଆଳିକୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।  ଜେରା ବେଳେ ଡିଏଫ୍ଓଙ୍କ ଜଗୁଆଳି ଦେଇଥିବା ବୟାନକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।  ସେ କହିଥିଲେ,  ଘଟଣା ଦିନ ରାତି ପ୍ରାୟ ୮ଟା ବେଳେ ଡିଏଫ୍ଓଙ୍କ ଘରକୁ ଯାଇଥିଲେ ଗଜପତି ଜିଲ୍ଲାପାଳ  । ପୂର୍ବରୁ  ଏହି ମାମଲାରେ ଜିଲ୍ଲାପାଳଙ୍କ ନାଁ କୌଣସି ଚର୍ଚ୍ଚାକୁ ଆସିନଥିଲା । ଜଗୁଆଳିଙ୍କ ବୟାନ ଏବେ ଘଟଣାକୁ ପୁଣି ଏକ ନୂଆ ଦିଗ ଦେଇଛି ।

କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଛନ୍ତି, ଆବଶ୍ୟକ ପଡିଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ନେଇ ବିଚାର କରାଯିବ । ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଲିଙ୍କ୍ରେ ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe