ପୁଞ୍ଜିଲାଲଙ୍କ ଅଟୋ ପାଇଁ ପୁରସ୍କାର ଘୋଷଣା କଲା କ୍ରାଇମ୍‌ବ୍ରାଞ୍ଚ, ଖୋଜିଦେଲେ ମିଳିବ ୨୫ ହଜାର

<p>ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଜି ସରୁଛି ଅଭିଯୁକ୍ତ ପୁଞ୍ଜିଲାଲର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ।&nbsp; ଆଜି ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଥିବା ପୁଞ୍ଜିଲାଲ୍ ଗତ ଦୁଇ ଦିନ ହେଲା ରାୟପୁରରେ କ୍ରାଇମବ୍ରାଞ୍ଚକୁ ଡେମୋ ଦେଖାଉଛନ୍ତି। କଣ୍ଟାବାଞ୍ଜିରୁ ରାୟପୁର ଯିବା ପରେ ସେଠାରେ କେମିତି ବୁକିଂ କରିଥିଲା ଆତ୍ମଘାତୀ ପାର୍ସଲ ? କେଉଁ ଅଟୋ ଚାଳକଙ୍କ ମାଧ୍ୟମରେ ସ୍କାଏକିଙ୍ଗ କୋରିୟରେ ପାର୍ସଲ ବୁକିଂ କରିଥିଲା ? ଏସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ଡେମୋ କରିବା ସହ ପ୍ରମାଣ ଦେଇଛି ପୁଞ୍ଜିଲାଲ୍ ।</p> <p>ଏହି ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ରାୟପୁରରେ ଖୋଳତାଡ଼ କରିଥିଲା। ପୁଞ୍ଜିଲାଲର କହିବା ମୁତାବକ ପାର୍ସଲ ବୁକିଂ କରିଥିବା ରାୟପୁରର ସେହି ଅଟୋ ଚାଳକ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିଲେ ହେଁ, ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା କ୍ରାଇମବ୍ରାଞ୍ଚ ପାଇନି । ତେଣୁ ଅଟୋ ଚାଳକଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ, ତାଙ୍କ ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି କ୍ରାଇମବ୍ରାଞ୍ଚ। ତେବେ ପ୍ରଶ୍ନ ଉଠୁଛି ଏକମାତ୍ର ସାକ୍ଷୀ ସେହି ଅଟୋ ଚାଳକଙ୍କ ସମ୍ପର୍କରେ ଯଦି କୌଣସି ସୂଚନା ନମିଳେ ତେବେ ପୁଞ୍ଜିଲାଲ୍ ବିରୋଧରେ କୋର୍ଟରେ ଆଉ କେଉଁ ପ୍ରମାଣ ଦାଖଲ କରିବ କ୍ରାଇମବ୍ରାଞ୍ଚ ? ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କେବଳ ଫରେନସିକ୍ ରିପୋର୍ଟ ଏବଂ ପୁଞ୍ଜିଲାଲର ବୟାନ ଯଥେଷ୍ଟ ହେବ କି ?</p>

Ordigital Desk
  • Published: Monday, 07 May 2018
  • Updated: 07 May 2018, 10:07 AM IST

Sports

Latest News

<p>ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଜି ସରୁଛି ଅଭିଯୁକ୍ତ ପୁଞ୍ଜିଲାଲର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ।&nbsp; ଆଜି ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଥିବା ପୁଞ୍ଜିଲାଲ୍ ଗତ ଦୁଇ ଦିନ ହେଲା ରାୟପୁରରେ କ୍ରାଇମବ୍ରାଞ୍ଚକୁ ଡେମୋ ଦେଖାଉଛନ୍ତି। କଣ୍ଟାବାଞ୍ଜିରୁ ରାୟପୁର ଯିବା ପରେ ସେଠାରେ କେମିତି ବୁକିଂ କରିଥିଲା ଆତ୍ମଘାତୀ ପାର୍ସଲ ? କେଉଁ ଅଟୋ ଚାଳକଙ୍କ ମାଧ୍ୟମରେ ସ୍କାଏକିଙ୍ଗ କୋରିୟରେ ପାର୍ସଲ ବୁକିଂ କରିଥିଲା ? ଏସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ଡେମୋ କରିବା ସହ ପ୍ରମାଣ ଦେଇଛି ପୁଞ୍ଜିଲାଲ୍ ।</p><p>ଏହି ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ରାୟପୁରରେ ଖୋଳତାଡ଼ କରିଥିଲା। ପୁଞ୍ଜିଲାଲର କହିବା ମୁତାବକ ପାର୍ସଲ ବୁକିଂ କରିଥିବା ରାୟପୁରର ସେହି ଅଟୋ ଚାଳକ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିଲେ ହେଁ, ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା କ୍ରାଇମବ୍ରାଞ୍ଚ ପାଇନି । ତେଣୁ ଅଟୋ ଚାଳକଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ, ତାଙ୍କ ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି କ୍ରାଇମବ୍ରାଞ୍ଚ। ତେବେ ପ୍ରଶ୍ନ ଉଠୁଛି ଏକମାତ୍ର ସାକ୍ଷୀ ସେହି ଅଟୋ ଚାଳକଙ୍କ ସମ୍ପର୍କରେ ଯଦି କୌଣସି ସୂଚନା ନମିଳେ ତେବେ ପୁଞ୍ଜିଲାଲ୍ ବିରୋଧରେ କୋର୍ଟରେ ଆଉ କେଉଁ ପ୍ରମାଣ ଦାଖଲ କରିବ କ୍ରାଇମବ୍ରାଞ୍ଚ ? ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କେବଳ ଫରେନସିକ୍ ରିପୋର୍ଟ ଏବଂ ପୁଞ୍ଜିଲାଲର ବୟାନ ଯଥେଷ୍ଟ ହେବ କି ?</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos