ସିଆରପିଏଫ୍‌ ବାଟାଲିୟନ ଲାଗି ଜାଗା ଚିହ୍ନଟ୍‌ କରିବାକୁ ବଲାଙ୍ଗିରରେ ଆଇଜି ଅପରେସନ୍‌

ବଲାଙ୍ଗିର: ବାରିପଦାରୁ ବଲାଙ୍ଗିରକୁ ସ୍ଥାନାନ୍ତର ହେବାକୁ ଥିବା ସିଆରପିଏଫ୍‌ ବାଟାଲିୟନ ଲାଗି ଜାଗା ଚିହ୍ନଟ କରିବାକୁ ଆଜି ଆଇଜି ଅପରେସନ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ବଲାଙ୍ଗିର ଗସ୍ତ କରିଥିଲେ। ପବନ ହଂସ ହେଲିକପ୍ଟରରେ ସେ ବଲାଙ୍ଗିରରେ ପହଞ୍ଚିବା ପରେ ଲର୍କିପାଲି ଗୋଶାଳା ନିକଟରେ ଥିବା ଏକ ସ୍ଥାନ ବୁଲି ଦେଖିଥିଲେ। ପରେ ସର୍କିଟ୍‌ ହାଉସ୍‌ରେ ବଲାଙ୍ଗିର ଏସ୍‌ପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ। ବୈଠକରେ ଖପ୍ରାଖୋଲ ଅଞ୍ଚଳରେ ଲାଗି ଥିବା […]

bolangi

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 11:56 AM IST

ବଲାଙ୍ଗିର: ବାରିପଦାରୁ ବଲାଙ୍ଗିରକୁ ସ୍ଥାନାନ୍ତର ହେବାକୁ ଥିବା ସିଆରପିଏଫ୍‌ ବାଟାଲିୟନ ଲାଗି ଜାଗା ଚିହ୍ନଟ କରିବାକୁ ଆଜି ଆଇଜି ଅପରେସନ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ବଲାଙ୍ଗିର ଗସ୍ତ କରିଥିଲେ। ପବନ ହଂସ ହେଲିକପ୍ଟରରେ ସେ ବଲାଙ୍ଗିରରେ ପହଞ୍ଚିବା ପରେ ଲର୍କିପାଲି ଗୋଶାଳା ନିକଟରେ ଥିବା ଏକ ସ୍ଥାନ ବୁଲି ଦେଖିଥିଲେ। ପରେ ସର୍କିଟ୍‌ ହାଉସ୍‌ରେ ବଲାଙ୍ଗିର ଏସ୍‌ପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ। ବୈଠକରେ ଖପ୍ରାଖୋଲ ଅଞ୍ଚଳରେ ଲାଗି ଥିବା ମାଓ ପୋଷ୍ଟର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ସିଆରପିଏଫ୍‌ ଡିଆଇଜି ପ୍ରଭାତ କୁମାର ନାୟକଙ୍କ ସହ ବହୁ ଅଧିକାରୀ ଆଇଜିଙ୍କ ଗସ୍ତ ବେଳେ ଉପସ୍ଥିତ ଥିଲେ।

Related story