ବିସ୍ଫୋରଣରେ ସିଆରପିଏଫ ଯବାନ ସହିଦ

ମାଲକାନାଗିରି(ଜିତେନ୍ଦ୍ର ବେଉରା): ରାଜ୍ୟରେ ଦିନକୁ ଦିନ ମାଓବାଦି ହିଂସା ବଢ଼ିବାକୁ ଲାଗିଲାବେଳେ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓହିଂସା ଦେଖାଦେଇଛି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଘଟଣାରେ ଆଉ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।  ଯବାନମାନେ ୨୦୬ କୋବ୍ରା ବାଟାଲିୟନରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ଛତିଶଗଡ଼ର ପୁଶୱାଡ଼ାରେ ସୁରକ୍ଷାକର୍ମୀମାନେ ପାଟ୍ରୋଲିଂରେ ଯାଉଥିଲେ। ଏହି ସମୟରେ ମାଓବାଦୀ ସେମାନଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିଥିଲେ। ଯେଉଁଥିରେ କି ସିଆରପିଏଫ୍ […]

images

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 12:53 PM IST

ମାଲକାନାଗିରି(ଜିତେନ୍ଦ୍ର ବେଉରା): ରାଜ୍ୟରେ ଦିନକୁ ଦିନ ମାଓବାଦି ହିଂସା ବଢ଼ିବାକୁ ଲାଗିଲାବେଳେ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓହିଂସା ଦେଖାଦେଇଛି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।

ଘଟଣାରେ ଆଉ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।  ଯବାନମାନେ ୨୦୬ କୋବ୍ରା ବାଟାଲିୟନରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ଛତିଶଗଡ଼ର ପୁଶୱାଡ଼ାରେ ସୁରକ୍ଷାକର୍ମୀମାନେ ପାଟ୍ରୋଲିଂରେ ଯାଉଥିଲେ। ଏହି ସମୟରେ ମାଓବାଦୀ ସେମାନଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିଥିଲେ। ଯେଉଁଥିରେ କି ସିଆରପିଏଫ୍ ଯବାନ ଜଣକ ସହିଦ ହୋଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସଞ୍ଜୟ ମାଝି ସହିଦ୍‌ ହୋଇଥିଲେ। କମ୍ବିଂ ଅପରେସନ୍ ବେଳେ ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ପ୍ରାଣ ହରାଇଥିଲେ।

Related story