ଥଇଥାନ ହେବେ ଅସିତ୍ , ସୁରେଶ ପରବର୍ତ୍ତୀ ସିଏସ୍ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ମାସରେ ଶେଷ ହେଉଥିବାବେଳେ ୧୯୮୬ ବ୍ୟାଚ୍ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହେବାର ସମ୍ଭାବନା ରହିଛି। ଅବସରପରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇପାରେ ବୋଲି ପାୱାର କରିଡରରେ ଚର୍ଚ୍ଚା। ତୃତୀୟ ମହଲା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଆସନ୍ତା […]

asit-tripathi

asit-tripathi

Tapas Behera
  • Published: Monday, 19 October 2020
  • Updated: 20 October 2020, 12:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ମାସରେ ଶେଷ ହେଉଥିବାବେଳେ ୧୯୮୬ ବ୍ୟାଚ୍ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହେବାର ସମ୍ଭାବନା ରହିଛି। ଅବସରପରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇପାରେ ବୋଲି ପାୱାର କରିଡରରେ ଚର୍ଚ୍ଚା।

ତୃତୀୟ ମହଲା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଆସନ୍ତା ଡିସେମ୍ବର ମାସରେ ଅବସର ନେବାପରେ ତାଙ୍କୁ ଦୀର୍ଘଦିନ ହେଲା ଖାଲି ପଡ଼ିଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରେ ଥଇଥାନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସୁବାସ ଚୌହାନଙ୍କ ମୃତ୍ୟୁ ପରେ ଏହି ଅଧ୍ୟକ୍ଷ ପଦରେ ସରକାର କାହାରିକୁ ଅବସ୍ଥାପିତ କରିନାହାନ୍ତି । ଯଦିଓ ଏହି ପଦଟି ରାଜନୀତିକ ଥଇଥାନ ପାଇଁ ଉଦ୍ଦିଷ୍ଟ ପଦ। ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଥଇଥାନ କରି ଶାସକ ବିଜେଡି ତାଙ୍କୁ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ଫୋକସ କରାଇବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଶ୍ରୀ ତ୍ରିପାଠୀଙ୍କ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଏବେ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିବାବେଳେ ବରିଷ୍ଠତା ଭିତ୍ତିରେ ସେ ମୁଖ୍ୟ ସଚିବ ପଦ ପାଇଁ ମୁଖ୍ୟ ଦାବିଦାର ଅଛନ୍ତି। ତୃତୀୟ ମହଲାର ଗୁଡବୁକରେ ସେ ଥିବାରୁ ମୁଖ୍ୟ ସଚିବ ହେବା ଏକପ୍ରକାର ନିଶ୍ଚିତ। ମୁଖ୍ୟ ସଚିବ ହେବା ପାଇଁ ଶ୍ରୀ ମହାପାତ୍ର ମଧ୍ୟ ନିଜଆଡ଼ୁ ଦୀର୍ଘଦିନ ଧରି ପ୍ରୟାସ ଚଳାଇଛନ୍ତି। ସେ ମଧ୍ୟ ୨୦୨୨ ଫେବୃୟାରୀରେ ଅବସର ନେବେ। ତାଙ୍କ ପ୍ରଶାସନିକ ନେତୃତ୍ୱରେ ରାଜ୍ୟରେ ପଂଚାୟତ ନିର୍ବାଚନ କରିବା ଶାସକ ବିଜେଡି ପାଇଁ ଅଧିକ ସହଜ ହେବ। ଅବଶ୍ୟ ବରିଷ୍ଠତା ଭିତ୍ତିରେ ୧୯୮୫ ବ୍ୟାଚ ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂ ସବୁଠୁ ଉପରେ ଅଛନ୍ତି।

କିନ୍ତୁ ସେ କେନ୍ଦ୍ରରେ ସଚିବ ଭାବେ କାର୍ଯ୍ୟ କରୁଥିବାରୁ ଓଡ଼ିଶା ଫେରିବା ସମ୍ଭାବନା କ୍ଷୀଣ ଓ ତାଙ୍କୁ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ କରିବାକୁ ତୃତୀୟ ମହଲା ଚାହିଁବ ନାହିଁ।
ବରିଷ୍ଠତା ଭିତ୍ତିରେ ଶ୍ରୀ ମହାପାତ୍ରଙ୍କ ତଳକୁ ତାଙ୍କ ବ୍ୟାଚର ଜିଭିଭି ଶର୍ମା ଓ ଏସପି ଠାକୁର ଅଛନ୍ତି। ଶ୍ରୀ ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେ ୨୦୨୨ ଅକ୍ଟୋବରରେ ଅବସର ନେବେ। ଶ୍ରୀ ଠାକୁର କେବିକେ ମୁଖ୍ୟ ପ୍ରଶାସକ ଥିବାବେଳେ ୨୦୨୩ ମାର୍ଚ୍ଚରେ ଅବସର ନେବେ। ତାଙ୍କ ତଳକୁ ୧୯୮୭ ବ୍ୟାଚର ତୁହିନକାନ୍ତ ପାଣ୍ଡେ ଓ ନିକୁଞ୍ଜ କୁମାର ସୁନ୍ଦରାୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେହି ବ୍ୟାଚର ଆରକେ ଶର୍ମା ଏବେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ। ସେ ୨୦୨୩ ଅଗଷ୍ଟରେ ଅବସର ନେବେ।

ତେଣୁ ଶ୍ରୀ ମହାପାତ୍ର ମୁଖ୍ୟ ସଚିବ ହେଲେ ୧୯୮୭ ବ୍ୟାଚର ଶ୍ରୀ ଠାକୁର କିମ୍ବା ଶ୍ରୀ ଶର୍ମାଙ୍କୁ ରାଜ୍ୟ ସରକାର ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କର ମେ’ ୯ତାରିଖରେ ମୃତ୍ୟୁ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାହାରିକୁ ଥଇଥାନ କରିନାହାନ୍ତି। ଯଦିଓ ଏହି ପଦରେ ଆସୀନ ହେବା ପାଇଁ ବିଜେଡିର ଅଧିକାଂଶ ନେତା ଲବି କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos